ଗଞ୍ଜାମ:ଆଜି ଗଞ୍ଜାମ ପୋଲିସ ପୋଲସରା,ଆସିକା, କୋଟିନଡା ଓ ହିଞ୍ଜିଳି ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୮ ବନ୍ଧୁକ ଓ ୩୧ଟି ଗୁଳି, ୧୨ଟି ଖୋଖା ଜବତ ଜବତ ହୋଇଛି। ଜିଲ୍ଲାରେ ଅପରାଧୀଙ୍କୁ ଦମନ ଓ ବନ୍ଧକ ମୁକ୍ତ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍.ପି. ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଟିମ୍ ପକ୍ଷରୁ ବିଭିନ୍ନ ଥାନା ଅଚଂଳରେ ଅପରେସନ୍ ଜୋରଦାର ରହିଛି।
ସ୍ୱତନ୍ତ୍ର ପୁଲିସ ଟିମ୍ର ଅପରେସନ୍ ଅଭିଯାନରେ ଗତ ୪ ତାରିାଖରେ ପ୍ରଥମେ ବିଭିନ୍ନ ଥାନା ଅଂଚଳରୁ ୧୮ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବାଲା । ସେମାନଙ୍କ ଠାରୁ ୧୭ଟି ବନ୍ଧୁକ ଏବଂ ୬୬ଟି ଗୁଳି ଜବତ କରାଯାଇଥିଲା।
ଆଜି ପୁଣି ପୂର୍ବଭଳି ବିଭିନ୍ନ ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮ଟି ବନ୍ଧୁକ ଓ ୩୧ଟି ଗୁଳି ଏବଂ ୧୨ଟି ମାଗାଜିନ୍ ଜବତ କରିଛି ସ୍ୱତନ୍ତ୍ର ପୋଲିସ ଟିମ୍ । ଏନେଇ ଦକ୍ଷିଣାଂଚଳ ଆଇଜି ନୀତିଶେଖର ସୂଚନା ଦେଇଛନ୍ତି।
ଆଗରୁ ଏବଂ ଏବେ ଗିରଫ ହୋଇଥିବା ଅପରାଧୀମାନଙ୍କ ସହିତ ବାହାର ରାଜ୍ୟର ଅପରାଧୀଙ୍କ ଲିଙ୍କ୍କୁ ନେଇ ଆଉ ଏକ ପୁଲିସ ଟିମ୍ର ଖୋଳତାଡ଼ କରୁଛି।
Comments are closed.