- ମୋଦୀ ଚୁୁପ୍ ବସିବେ ନାହିଁ, ପୁଣି ଦେବେ ଚକମା!
- ‘ଭାରତର ନିରବତାକୁ ଦେଖି ପଛଘୁଞ୍ଚା ଦେବା ଠିକ୍ ନୁହେଁ’
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଯୁଦ୍ଧ ଏବେ ଚରମ ସୀମାରେ! ପାକିସ୍ତାନର ତଳସ୍ତରର କୂଟନୀତି ଓ ଷଡ଼ଯନ୍ତ୍ର ପୁଣି ଥରେ ଉଜାଗର ହୋଇଛି! ଭାରତ ଏହାର କଡ଼ା ଜବାବ ଦେଇ ପାକିସ୍ତାନକୁ ଔକାତ ଦେଖାଇଛି। ଅନ୍ୟପଟେ ଜେଲରେ ଥାଇ ମୋଦିଙ୍କ ରଣନୀତି ପାକିସ୍ତାନକୁ ଚକମା ଦେଇପାରେ ବୋଲି ଅନୁମାନ କରି ନିଜରୁ ଅସୁରକ୍ଷିତ ମନେ କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।
ଏ ହେଉଛି ଦୁର୍ନୀତି ଅଭିଯୋଗରେ ଜେଲରେ ଚକି ପେଶୁଥିବା ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବୟାନ । ଯାହା ତଙ୍କ ଉଉଣୀ ଅଲିମା ଖାନ କହିଛନ୍ତି । ଇମ୍ରାନ କୁଆଡେ ଦାବି କରିଛନ୍ତି ଯେ, “ନରେନ୍ଦ୍ର ମୋଦୀ ଚୁପ୍ ରହିବେ ନାହିଁ, ସେ ପ୍ରତିଶୋଧ ନେବେ।” ଏହା କ’ଣ ପାକିସ୍ତାନର ଭୟ? ନା ଆଉ ଏକ ଷଡ଼ଯନ୍ତ୍ରର ସଙ୍କେତ? ଇମ୍ରାନଙ୍କ ଏହି ବୟାନ କେବଳ ତାଙ୍କ ଦଳ ପାଇଁ ନୁହେଁ, ସମଗ୍ର ପାକିସ୍ତାନ ପାଇଁ ଏକ ଲଜ୍ଜାଜନକ ମୁହୂର୍ତ୍ତ। ଅର୍ଥାତ୍ ପାକିସ୍ତାନ ଜାଣିଛି ଯେ ତାଙ୍କ ସେନାର ସାମର୍ଥ୍ୟ ଭାରତ ଆଗରେ କିଛି ନୁହେଁ । ପାକିସ୍ତାନ ଏହା ମଧ୍ୟ ଜାଣିଛି ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଦବଦବା ଆଗରେ ପାକିସ୍ତାନ ତୁଚ୍ଛ! ତେବେ ନିଜ ବୟାନ ପାଇଁ ପାକିସ୍ତାନରେ ସମାଲୋଚନାର ଶିକାର ହେଉଥିବା ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରୀକ-ଏ-ଇନସାଫ ଏହି ବୟାନକୁ ଡିଫେନ୍ସ କରିବାକୁ ଯାଇ ନୂଆ କଥା କହିଛି । ଇମ୍ରାନଙ୍କ ଏହି ବୟାନ ପାକିସ୍ତାନୀ ସେନାର ମନୋବଳ ବଢ଼ାଇବ ଲଢିବା ପାଇଁ ବୋଲି କୁହାଯାଇଛି । କିନ୍ତୁ ପାକିସ୍ତାନ ଜାଣି ରଖୁ, ଭାରତର ସୈନ୍ୟବାହିନୀ ସର୍ବଦା ପ୍ରସ୍ତୁତ। ଆମେ କୌଣସି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବୁ ନାହିଁ। ସେ ଆତଙ୍କବାଦୀର ହୋଇପାରେ କିମ୍ବା ଆତଙ୍କବାଦୀଙ୍କ ଆକ୍କା ପାକ ସେନାର ହୋଇପାରେ ।
ଅନ୍ୟପଟେ ମଙ୍ଗଳବାର ପାକିସ୍ତାନ ଇସଲାମାବାଦରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଅବାଞ୍ଛିତ ଘୋଷଣା କରି ଦେଶ ଛାଡ଼ିବାକୁ ଆଦେଶ ଦେଇଛି। ଅଭିଯୋଗ? ଅବୈଧ କାର୍ଯ୍ୟରେ ସମ୍ପୃକ୍ତି! କିନ୍ତୁ ଭାରତ ମଧ୍ୟ ଚୁପ୍ ନାହିଁ। ସେହି ଦିନ ନୂଆଦିଲ୍ଲୀରେ ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ସନ୍ଦେହଜନକ କାର୍ଯ୍ୟ ଅଭିଯୋଗରେ ଦେଶରୁ ବାହାର କରି ଦେଇଛି। ପାକିସ୍ତାନର ଏହି ଦୁଷ୍ଟ ପ୍ରକୃତିକୁ ଭାରତ ମୁହଁତୋଡ଼ ଜବାବ ଦେଇଛି। ପାକିସ୍ତାନ ଏହା ମନେ ରଖୁ, ଭାରତର ଜବାବ ସବୁବେଳେ କଡ଼ା ଓ ନିଶ୍ଚିନ୍ତ।
Comments are closed.