Latest Odisha News

BREAKING NEWS

ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ । ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଏବଂ ନୌସେନା ଆଡମିରାଲ ଦିନେଶ କେ ତ୍ରିପାଠି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅପରେସନ ସିନ୍ଦୂର ବିଷୟରେ ଅବଗତ କରାଇଛନ୍ତି ।

ଏହି ସମୟରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ସମର୍ପଣକୁ ପ୍ରଶଂସା କରିଥିଲେ ଯାହା ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟାକୁ ଏକ ଚମତ୍କାର ସଫଳତା ଦେଇଥିଲା । ରାଷ୍ଟ୍ରପତି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ସମ୍ପର୍କରେ ଲେଖିଛନ୍ତି ।

ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ଆତଙ୍କବାଦୀଙ୍କ ଏହି ବର୍ବର କାର୍ଯ୍ୟର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା ଏବଂ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା । ଭାରତୀୟ ସେନା ଦ୍ୱାରା ପାକିସ୍ତାନ ସେନା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ । ଏହା ପରେ, ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ଅନୁରୋଧ କରାଯାଇଥିଲା ଏବଂ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ରହିଛି । ସୈନିକମାନଙ୍କ ସମ୍ମାନାର୍ଥେ ଭାରତୀୟ ଜନତା ପାର୍ଟି ତିରଙ୍ଗା ଯାତ୍ରା ଆୟୋଜନ କରୁଛି ।

Comments are closed.