ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଆକ୍ସନ୍ ଥ୍ରୀଲର୍ ଫିଲ୍ମ କିଙ୍ଗ ରେ ତିନି ଦଶନ୍ଧି ପରେ ଏକାଠି ନଜର ଆସିବେ ଅନ୍ ସ୍କ୍ରିନ୍ ହିଟ୍ ଯୋଡି ଜ୍ୟାକି ଶ୍ରଫ ଓ ଅନିଲ କପୁର। ଏହି ଫିଲ୍ମରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ୨୦ ମେ ୨୦୨୫ରୁ ଆରମ୍ଭ ହେବାକୁ ଯାଉଛି।
ତେବେ ଏହି ଫିଲ୍ମକୁ ନେଇ ଜ୍ୟାକି ବହୁତ୍ ଉତ୍ସାହିତ ଥିବା ବେଳେ ଶାହରୁଖ ଖାନ ଏବଂ ତାଙ୍କ ଟିମ୍ ସହ କାମ କରିବାକୁ ବହୁତ୍ ଆଗ୍ରହର ସହ ଅପେକ୍ଷା କରିଥିବା ଜଣାପଡ଼ିଛି। ଶାହରୁଖ ଖାନ ବଲିଉଡର ସବୁଠାରୁ ସଫଳ ଅଭିନେତା ହେବା ସହ ହୃଦୟରୁ ମଧ୍ୟ ବହୁତ ଭଲ ମଣିଷ ଓ ଜଣେ ସଫଳ ପ୍ରଯୋଜକ ବୋଲି ଜାକି ଭାବିଥାନ୍ତି।
ତେବେ ଏହି ଫିଲ୍ମରେ ଜ୍ୟାକି ଓ ତାଙ୍କର ରାମ ଲଖନ ଯୋଡି ଅନିଲ କପୁର ମଧ୍ୟ ନଜର ଆସିବେ। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଜ୍ୟାକି ଶ୍ରଫଙ୍କ ଚରିତ୍ର ବିଷୟରେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ “କିଙ୍ଗ୍” ଫିଲ୍ମଟି ଦର୍ଶକମାନଙ୍କୁ ଆକୃଷ୍ଟ କରିବା ସହ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିବ। ଏହି ଫିଲ୍ମରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ସୁହାନା ଖାନ, ଅର୍ଶଦ ୱାର୍ସୀ ଏବଂ ଅଭୟ ବର୍ମା ଆଦି ନଜର ଆସିବେ। ଏହି ଫିଲ୍ମରେ ଶାହରୁଖ୍ ଖାନ ଏବଂ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ।
ସିଦ୍ଧାର୍ଥ ଆନନ୍ଦ ଏବଂ ଶାହରୁଖ ଖାନଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକମାନେ ଆକ୍ସନ୍ କୋରିଓଗ୍ରାଫି କରିବେ। ତେବେ ୨୦୨୬ର ଶେଷ ଆଡ଼କୁ ଏହା ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।
Comments are closed.