Latest Odisha News

BREAKING NEWS

ଟ୍ରମ୍ପଙ୍କ ସହ ଜଡିତ ପୋଷ୍ଟ ଡିଲିଟ୍ କଲେ କଙ୍ଗନା, କହିଲେ- ମୁଁ ଦୁଃଖିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଉ ଆଇଫୋନ ପ୍ରସ୍ତୁତ କରିବାକୁ ମନା କରିଛନ୍ତି । ସେ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ । ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ସାଂସଦ କଙ୍ଗନା ରାଣାୱତ ସମାଲୋଚନା କରିଥିଲେ । ସେ ଏ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି ।

କଙ୍ଗନା ରାଣାୱତ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ପରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି । ସେ କହିଛନ୍ତି, ଜେପି ନଡ୍ଡା ମୋତେ ଫୋନ୍ କରି ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକଙ୍କୁ ଭାରତରେ ଉତ୍ପାଦନ ନକରିବାକୁ କହିବା ବିଷୟରେ ମୁଁ ଯେଉଁ ପୋଷ୍ଟରେ ମନ୍ତବ୍ୟ ଦେଇଥିଲି ତାହା ହଟାଇବାକୁ କହିଥିଲେ ।

ବିଜେପି ସାଂସଦ କଙ୍ଗନା କହିଛନ୍ତି, ମୁଁ ମୋର ବ୍ୟକ୍ତିଗତ ମତାମତ ପୋଷ୍ଟ କରିଥିବାରୁ ଦୁଃଖିତ । ନିର୍ଦ୍ଦେଶ ଅନୁଯାୟୀ, ମୁଁ ତୁରନ୍ତ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ମଧ୍ୟ ହଟାଇ ଦେଇଛି ।

ସୂଚନାଯୋଗ୍ୟ, କତାରର ରାଜଧାନୀ ଦୋହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ, ଭାରତ ସରକାରଙ୍କ ଅଧିକାରୀମାନେ ଆପଲ୍ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ଆପଲ୍ ଭାରତକୁ କଣ କହିଲା?

ଏହି ସମୟରେ, ସେ ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ପାଇଁ ଆପଲର ଯୋଜନା ଅକ୍ଷୁର୍ଣ୍ଣ ରହିଛି । କମ୍ପାନୀ ଭାରତକୁ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର କରିବାକୁ ପ୍ରସ୍ତାବ ଦେଇଛି । ପୂର୍ବରୁ ଟ୍ରମ୍ପ ଦୋହାରେ କହିଥିଲେ ଯେ ତାଙ୍କର ଆପଲ୍ ସିଇଓ ଟିମ୍ କୁକଙ୍କ ସହ ଟିକିଏ ସମସ୍ୟା ଅଛି । ସେ କୁକଙ୍କୁ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ଭାରତରେ ଆଇଫୋନ୍ ତିଆରି କରାଯାଉ ବୋଲି ।

Comments are closed.