Latest Odisha News

BREAKING NEWS

୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଓ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଜୁନ୍‌ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଛି, କେବଳ ଚଟାଣ କାମ ବାକି ରହିଛି। ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ ଏହି ସମୟରେ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ୍‌ ସେଫ୍ଟିକୁ ଗୁରୁତ୍ବ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିପାଇଁ ଏଏସ୍‌ଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି, ଏଏସ୍‌ଆଇ ମିଳିତ ଭାବେ ସବୁ ତଦାରଖ କରିବେ।

ଭିତର ରତ୍ନଭଣ୍ଡାରରେ ୯ଟିଷ୍ଟେନଲେସ ବିମ ଲାଗିସାରିଛି। ବାହାର ରତ୍ନଭଣ୍ଡାରର ପାଞ୍ଚଟି ଷ୍ଟେନଲେସ ବିମ୍ ଲାଗିବ। ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ। ୧୪୮ ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ଚନ୍ଦନଯାତ୍ରା ନୀତି କାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଛି। ଗତ ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ।

 

Comments are closed.