ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଏବେ ଫିଟୁଛି ଗୁମର । କଥା ହରିୟାଣାରୁ ଆରମ୍ଭ ହୋଇ ଓଡିଶାରେ ପହଞ୍ଚିଲାଣି । ଏବେ ଜ୍ୟୋତିଙ୍କୁ ପଚରାଉଚରା କରାଯାଉଛି। ଓଡିଶାର ଜଣେ ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ତାଙ୍କର ଲିଙ୍କ ନେଇ ଖୋଳତାଳ କରୁଛି ପୋଲିସ୍ । ଏହି ସମୟରେ, ଜ୍ୟୋତି ମାଲହୋତ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନିଜର ପ୍ରତିକ୍ରିୟା ଦେଉଥିବାର ଦେଖାଯାଉଛି। ଆକ୍ରମଣ ପରେ ଜ୍ୟୋତି କହିଥିଲେ ଯେ ଯେଉଁମାନେ ଆତଙ୍କବାଦୀଙ୍କୁ ସମର୍ଥନ କରନ୍ତି ସେମାନେ କେବେବି ଭାରତୀୟ ହୋଇପାରିବେ ନାହିଁ।
ଏହି ଭିଡିଓରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରି ଜ୍ୟୋତି କହିଛନ୍ତି, ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଯାତ୍ରା ପାଇଁ ଯାଉଥିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ, ଯେଉଁମାନେ ସତର୍କ ରହିବା ଉଚିତ । ମୁଁ ଜାଣେ ଯେ କାଶ୍ମୀରରେ ସବୁଠି ସୁରକ୍ଷା ବ୍ୟବସ୍ଥା ଅଛି, ସେଠାରେ ଏତେ ସେନା ଏବଂ ପୋଲିସ ବାହିନୀ ରହିଛନ୍ତି, ତଥାପି ଯଦି ଏହି ଘଟଣା ଘଟିଛି ତେବେ ଆମେ ଏଥିପାଇଁ ମଧ୍ୟ ଦୋଷୀ, ଆମେ ମଧ୍ୟ ଦୋଷୀ କାରଣ ଆମେ ସତର୍କ ନଥିଲୁ ଯାହା ଯୋଗୁଁ ଏହି ଘଟଣା ଘଟିଲା ।
ଏଥିସହିତ ସେ ଆହୁରି ବି କହିଛନ୍ତି, ଆମକୁ ସତର୍କ ରହିବା ଉଚିତ, ଆମେ ଦାୟୀ ହେବା ଉଚିତ। ଯଦି କେହି ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ତେବେ ସେ ଭାରତୀୟ ନୁହଁ। ଆମେ ନିଜେ ଦୁର୍ନୀତିଗ୍ରସ୍ତ, ଆମେ ନିଜେ ଭୁଲ, ତେବେ ଏହା ବହୁତ ଆଶ୍ଚର୍ଯ୍ୟଜନକ। ଏହା ଯେକୌଣସି ଦେଶ ପାଇଁ ବହୁତ ଭୁଲ। ଯଦି କେହି ସେହି ଆତଙ୍କବାଦୀଙ୍କୁ ସମର୍ଥନ କରିଛନ୍ତି ତେବେ ଏହା ଏକ ବହୁତ ଭୁଲ କଥା। ଆମେ ନିଜେ ଏବଂ ଆମର ସରକାର ଏଥିପାଇଁ ଦାୟୀ କାରଣ ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଇଛି। କିଛି ଭୁଲ ହୋଇଥିବ, ଯାହା ଏତେ ବଡ଼ ଆକ୍ରମଣର କାରଣ ହୋଇଛି।
ତେବେ କହି ରଖୁଛୁ, ନିଜର ପୂର୍ବ ଭିଡିଓରେ ଏତେ ବଡ ବଡ ଡାଇଲଗ୍ ମାରିଥିବା ଜ୍ୟୋତି ନିଜେ ହିଁ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଛନ୍ତି । ପାକ୍ ଲିଙ୍କରେ ରହି ଭାରତର ଗୁପ୍ତ ଖବର ଦେଇଥିଲେ ଜ୍ୟାତି । ଯେଉଁ କାରଣରୁ ହରିୟାଣାର ହିସାରର ବାସିନ୍ଦା ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଉପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଏସକୁ ଭାରତ ବିଷୟରେ ସୂଚନା ଦେବାର ଅଭିଯୋଗ ରହିଛି । ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ମାଲହୋତ୍ରା ତାଙ୍କ ପାକିସ୍ତାନ ଗସ୍ତ ସମୟରେ ପାକିସ୍ତାନ ହାଇକମିଶନର ଜଣେ କର୍ମଚାରୀଙ୍କ ନିକଟତର ହୋଇଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧୀ କଥା ପ୍ରଚାର କରିଥିଲେ। ଜ୍ୟୋତି ମାଲହୋତ୍ରା ‘ଟ୍ରାଭେଲ୍ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାନ୍ତି ଏବଂ ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ। ତେବେ ଜ୍ୟୋତିଙ୍କ ସହିତ ଆଉ ୫ ଭାରତୀୟଙ୍କୁ ମଧ୍ୟ ଏହି ମାମଲାରେ ପୋଲିସ୍ ଗିରଫ କରିଛି ।
Comments are closed.