ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ଏହି ଅପରେସନ ସିନ୍ଦୂରକୁ ନେଇ ଉତ୍ତମ ମାହେଶ୍ୱରୀ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଥିପାଇଁ ସେ କଡା ସମାଲୋଚନାର ଶିକାର ହୋଇ ଶେଷରେ କ୍ଷମା ମଧ୍ୟ ମାଗିଥିଲେ।
ଏକ ସାକ୍ଷାତକାରରେ ଅଭିନେତ୍ରୀ ଟ୍ୱିଙ୍କଲ୍ କହିଛନ୍ତି ଯେ ଆଜିକାଲି ସୋସିଆଲ ମିଡିଆରେ ଚାଲିଥିବା ଖବରକୁ ଦେଖି ସେ ବହୁତ୍ ବିରକ୍ତ ହେଉଛନ୍ତି। କାରଣ କେଉଁ ଖବର ସତ ଓ କେଉଁ ଖବର ମିଛ ତାହା ଜାଣିବା ବହୁତ୍ କଷ୍ଟ। ଥରେ ସେ ଶୁଣିବାକୁ ପାଇଲେ ଯେ ଅକ୍ଷୟ ‘ଅପରେସନ୍ ସିନ୍ଦୂର’ ଫିଲ୍ମକୁ ନେଇ ଭିକି କୌଶଲଙ୍କ ସହ ଝଗଡ଼ା କରୁଛନ୍ତି। ସେ ତୁରନ୍ତ ଅକ୍ଷୟଙ୍କୁ ଫୋନ୍ କରିଥିଲେ ଓ ଅକ୍ଷୟ ଙ୍କୁ ଏହାର ସତ୍ୟତା ପଚାରିଥିଲେ। ତେବେ ଜବାବରେ ଅକ୍ଷୟ କହିଥିଲେ ଯେ ଏହା ସଂପୂର୍ଣ୍ଣ ମିଛ ଖବର।
କିଛି ଦିନ ତଳେ ନିକି ଭିକି ଭଗନାନୀ ଫିଲ୍ମସ ଏବଂ ଦି କଣ୍ଟେଣ୍ଟ ଇଞ୍ଜିନିୟର ‘ଅପରେସନ ସିନ୍ଦୂର’ ଫିଲ୍ମର ନେଇ ଘୋଷଣା କରିଥିଲେ। ଏହି ଅପରେସନ ସିନ୍ଦୂର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ଭାରତର ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତାହା ଉପରେ ଆଧାରିତ। ଏଥିପାଇଁ ସେ କଡା ସମାଲୋଚନାର ଶିକାର ହୋଇ ଶେଷରେ କ୍ଷମା ମଧ୍ୟ ମାଗିଥିଲେ।
Comments are closed.