Latest Odisha News

BREAKING NEWS

ପାଣି ପାଇଁ ଆହୁରି ଛଟପଟ ହେବ ପାକିସ୍ତାନ, ଭାରତ ପରେ ଆଫଗାନିସ୍ତାନ ଦେଲା ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ। ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଯେଉଁ କାରଣରୁ ପାକିସ୍ତାନ ଆଜି ପାଣି ପାଇଁ ଡହଳ ବିକଳ ହେଉଛି। ଏହି ସମୟରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ଦେଇଛି ବଡ଼ ଝଟକା। ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ଏକ ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି ଆଫଗାନିସ୍ତାନ। ତାଲିବାନ ସରକାରଙ୍କ ସେନା ଜେନେରାଲ ମୁବିନ୍ କୁନାର ନଦୀ ଉପରେ ନିର୍ମିତ ବନ୍ଧର ଯାଞ୍ଚ କରିଛନ୍ତି।

ତାଲିବାନ ସରକାର କୁନାର ନଦୀ ଉପରେ ଏକ ବିଶାଳ ବନ୍ଧ ନିର୍ମାଣ ଯୋଜନାରେ ଦ୍ରୁତ ଗତିରେ କାମ କରୁଛି, ଯାହା ଭବିଷ୍ୟତରେ ପାକିସ୍ତାନ ପାଇଁ ଏକ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବେଲୁଚ୍ ନେତା ମୀର ୟାର ବାଲୁଚ୍ ଏହି ସୂଚନା ଦେଇଛନ୍ତି।

ଯଦି ଏପରି ହୁଏ ତେବେ ପାକିସ୍ତାନ ପାଣି ପାଇଁ ଆହୁରି ଛଟପଟ ହେବ। ଭବିଷ୍ୟତରେ ପାକିସ୍ତାନ ପାଇଁ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି ହେବ। ଏକ୍ସରେ ପୋଷ୍ଟ କରି ବେଲୁଚ୍‍ ନେତା ମୀର ୟାର ବାଲୁଚ୍‍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ତାଲିବାନ ସରକାର ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାକି ପାକିସ୍ତାନକୁ ପାଣି ପ୍ରବାହକୁ ବନ୍ଦ କରିଦେବ। ଏହି ବନ୍ଧ ନିର୍ମାଣ ଲାଗୀ ପାଣ୍ଠି ସଂଗ୍ରହ କରିବାକୁ ଜେନେରାଲ ମୁବିନ୍‍ ତାଲିବାନ ସରକାରଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପାଣି ଆମର ରକ୍ତ ପରି ଏବଂ ଆମେ ଆମର ରକ୍ତକୁ ଆମ ଶରୀରରୁ ବାହାରକୁ ବହିବାକୁ ଦେଇପାରିବୁ ନାହିଁ ।

Comments are closed.