ଚେନ୍ନାଇ: ଆଇପିଏଲ ୨୦୨୫ରେ ୫ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଧୋନୀ ଏଥର ଆଇପିଏଲରୁ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିଲା । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ପ୍ଲେ ଅଫରୁ ବାଦ ପଡିବା ପରେ ଧୋନୀ କହିଛନ୍ତି ଯେ, ଆମେ ପରବର୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ । କୌଣସି ଚାପରେ ନ ରହି ଆମେ ଆକ୍ରମଣାତ୍ମକ ବ୍ୟାଟିଂକୁ ଗୁରୁତ୍ୱ ଦେଇଥାଏ । ଏଥର ମଧ୍ୟ ସେୟା କରିଥିଲୁ ମାତ୍ର ଆଶାନୁରୂପ ସଫଳତା ମିଳି ନ ଥିଲା ।
ବୋଲରମାନଙ୍କ ପ୍ରଦର୍ଶନ ନେଇ ସେ ବେଶ ଉତ୍ସାହିତ ନ ଥିଲେ । ମେ ୨୫ରେ ଗୁଜରାଟ ବିପକ୍ଷରେ ଚେନ୍ନାଇ ତାର ଶେଷ ମ୍ୟାଚ ଖେଳିବ । କିଛି ଖେଳାଳି ଅଦଳ ବଦଳ ନେଇ ମଧ୍ୟ ସେ ସୂଚନା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧୋନୀ ତାଙ୍କ ଅବସର ସମ୍ପର୍କରେ କୌଣସି ସୂଚନା ଦେଇ ନ ଥିଲେ । ସେ ପୂର୍ବଭଳି ଖେଳିବା ଜାରି ରଖିବେ ବୋଲି ଅନୁମାନ କରାଯାଉଛି ।
Comments are closed.