Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ସୁବଳ ପଣ୍ଡା ।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

Comments are closed.