ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର କୋଦଳା ଥାନା ରାମପଲ୍ଲି ଗାଁରେ ଚାଞ୍ଚଲ୍ୟ । ମାଇଁକୁ ଗୁଳିମାଡ଼ କରି ଭଣଜା ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଭଣଜା ।
ଖବର ମୁତାବକ, କୌଣସି କାରଣରୁ ମାମୁକୁ ଗୁଳି ମାରିବାକୁ ଚେଷ୍ଟା କରିଥିଲା ଭଣଜା, ହେଲେ ଗୁଳି ଫୁଟାଇବା ବେଳେ ମାଇଁ ସାମ୍ନାକୁ ଆସିଯାଇଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିବା ସୂଚନା ରହିଛି । ଖବରପାଇ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ଭଣଜାକୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Comments are closed.