ଭୁବନେଶ୍ୱର: ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫ୍ ର ଏକ ଟିମ୍ ରସୁଲଗଡର ପାଣ୍ଡରା ରାସ୍ତାରୁ ବ୍ରାଉନ ସୁଗର ବେପାରୀ ପ୍ରକାଶ ସେଠୀକୁ ଗିରଫ କରିଛନ୍ତି । ପ୍ରକାଶ ନିକଟରୁ ୩୩୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ପ୍ରକାଶ ସେଠୀର ଘର କେନ୍ଦୁଝର ଜିଲ୍ଲା ବୋଲି ଜଣାପଡିଛି । ସେ ବାଲେଶ୍ୱରରୁ ବ୍ରାଉନ ସୁଗର ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସପ୍ଲାଇ କରିଆସୁଥିଲା । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ୍ ର ଏକ ଟିମ୍ ଭୁବନେଶ୍ଵର ପାଣ୍ଡରା ରାସ୍ତାରୁ ପ୍ରକାଶ ସେଠୀକୁ ଗିରଫ କରିଛି ।
ଏହି ଘଟଣାର ସୂଚନା ଦେଇଛନ୍ତି ଏସଟିଏଫ୍ ଡିଆଇଜି ପିନାକ ମିଶ୍ର । ତେବେ ଏହା ପଛରେ ଆଉ କିଏ ରହିଛି କେଉଁ ଆଡେ ଲମ୍ବିଛି ଏହି ଚେର ସେନେଇ ପ୍ରକାଶକୁ ପଡରା ଉଚରା କରିବା ସହ ଖୋଳତାଡ ଆରମ୍ଭ ହୋଇଛି ।
Comments are closed.