Latest Odisha News

BREAKING NEWS

ପୁଣି ବଢିଲା ସୁନା ରୂପା ଦର, ଜାଣନ୍ତୁ କେତେ ବୃଦ୍ଧି ପାଇଲା

ଭୁବନେଶ୍ୱର: ପୁଣି ଥରେ ବୃଦ୍ଧି ପାଇଛି ସୂନା ରୂପା ଦର । କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍‌ । ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୂପା ଦର…

ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୯୭,୯୧୦ ଟଙ୍କା‌ରେ ପହଞ୍ଚିଛି । ଗତକାଲି ଏହା ୯୭,୪୨୦ ଟଙ୍କା ଥିବାବେଳେ, ଆଜି ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ରେ ୪୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍‌କୁ ୮୯ ହଜାର ୭୫୦ ଟଙ୍କା ରହିଛି । ଗତକାଲି ଏହା ୮୯ ହଜାର ୩୦୦ ଟଙ୍କା ଥିଲା । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ କୁ ୭୩,୪୪୦ ଟଙ୍କା ରହିଛି । ଗତକାଲି ଏହା ୭୩,୦୭୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ହୋଇଛି ।

ଅନ୍ୟପଟେ, ରୂପା ଦରରେ ବୃଦ୍ଧି ଘଟିଛି । ୧୦୦ ଟଙ୍କା ବୃଦ୍ଧି ହୋଇ ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧ ହଜାର ୨୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୧,୧୦୦ ଥିଲା ।

 

Comments are closed.