Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି 

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ୫ ବର୍ଷ ପୁରୁଣା ଏକ ଆବେଦନକୁ ନେଇ ତାଙ୍କ ବିରୋଧରେ ଝାଡ଼ଖଣ୍ଡର ଚାଇବାସା ଏମପି-ଏମଏଲଏ କୋର୍ଟ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏଥିସହିତ ତାଙ୍କୁ ଜୁନ୍ ୨୬ ରେ କୋର୍ଟରେ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏଥିରୁ ବର୍ତିବା ପାଇଁ ରାହୁଲଙ୍କ ଓକିଲ କୋର୍ଟରେ ଏକ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିବା ସହ ସାଂସଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ନେଇ ଆଇନଜୀବୀ କେଶବ ପ୍ରସାଦ କହିଛନ୍ତି ଯେ ୨୮ ମାର୍ଚ୍ଚ ୨୦୧୮ରେ କଂଗ୍ରେସ ଅଧିବେଶନରେ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାପରେ ବିଜେପି ନେତା ପ୍ରତାପ କୁମାର ୯ ଜୁଲାଇ ୨୦୧୮ରେ ଚାଇବାସା ସିଜେଏମ କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମୁକଦ୍ଦମା କରିଥିଲେ। ତେବେ ଗୁରୁବାର ଦିନ କୋର୍ଟ ସେହି ମାମଲା ର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି।

 

Comments are closed.