Latest Odisha News

BREAKING NEWS

ଖ୍ରୀଷ୍ଟମାସ ସମୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ
ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଚଳିତ ବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ଖ୍ରୀଷ୍ଟମାସ୍୍ ପାଳିିିବାର ଆଶଙ୍କା ରହିଛି।

ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ଯୋଗୁଁ ଏଭଳି
ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ପୂର୍ବାଂଚଳ ଆଡ଼କୁ ଯାଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଦେବଗଡ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର ଏବଂ କଟକ ପ୍ରଭୃତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

ଡିସେମ୍ବର ୨୫ ଓ ୨୬ ମଧ୍ୟରେ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୬ ଓ ୨୭ ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଡିସେମ୍ବର ୨୫ ରୁ ୨୭ ତାରିଖ ମଧ୍ୟରେ ଅନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ଡଃ ସାହୁ କହିଛନ୍ତି ଯେ ଉତ୍ତର-ପଶ୍ଚିମ ପବନର ଗତି ବଦଳିବା କାରଣରୁ ରାତିର ତାପମାତ୍ରା ଶନିବାର ଠାରୁ ବଢ଼ିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.