ହରିୟାଣା: ସୋମବାର ବିଳମ୍ବିତ ରାତିରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପରିବାରଟି ମୂଳତଃ ଉତ୍ତରାଖଣ୍ଡର ।
ମିଳିଥିବା ସୂଚନା ଅନୁସାରେ ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ ତାଙ୍କ ପରିବାର ସହିତ ପଞ୍ଚକୁଲାର ବାଗେଶ୍ୱର ଧାମରେ ଆୟୋଜିତ ହନୁମାନ କଥା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ଡେରାଡୁନ ଫେରିବା ସମୟରେ ସେ ଏହି ପଦକ୍ଷେପ ନେଇଥିଲେ ।
#WATCH | Panchkula, Haryana | DCP Panchkula Himadri Kaushik says, "We received information that six people have been brought to Ojas Hospital. When we reached here, we found out that they are all dead. Another person was brought to the Civil Hospital, Sector 6; he has also been… pic.twitter.com/2IjADdk3P5
— ANI (@ANI) May 27, 2025
ପୋଲିସ କହିଛି ଯେ, ସେମାନେ ସୋମବାର ରାତିରେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ ଏକ ଫୋନ୍ ଆସିଥିଲା, ତାଙ୍କୁ ଖବର ଦେଇଥିଲେ ଯେ ପଞ୍ଚକୁଲାର ସେକ୍ଟର-୨୭ରେ ଏକ କାର ପାର୍କିଂ ହୋଇଛି, ଯେଉଁଥିରେ କିଛି ଲୋକ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି।
ପୋଲିସ ସୂଚନା ଅନୁସାରେ ସେକ୍ଟର ୨୬ ସ୍ଥିତ ଓଜସ୍ ହସ୍ପିଟାଲରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସେକ୍ଟର ୬ସ୍ଥିତ ଜିଲ୍ଲା ହସ୍ପିଟାଲରେ ହୋଇଛି । ମୃତକମାନେ ହେଲେ ବାପା ପ୍ରବୀଣ ମିତ୍ତଲ, ଦେଶରାଜ ମିତ୍ତଲ ଏବଂ ତାଙ୍କ ସ୍ତ୍ରୀ, ମା, ଦୁଇ ଝିଅ ଓ ପୁଅ ହୋଇଥିବା ସୂଚନା ମିଳିଛି । ପରିବାର ସଦସ୍ୟ ଦୀର୍ଘ ଦିନ ହେବ ଋଣଗ୍ରସ୍ତରେ ଥିଲେ ।
Comments are closed.