Latest Odisha News

BREAKING NEWS

ଫୁଟବଲ ବିଜୟ ଉତ୍ସବ ବେଳେ ମାଡ଼ିଗଲା କାର୍,୪୭ ଆହତ

ନୂଆଦିଲ୍ଲୀ: ବ୍ରିଟେନର ଲିଭରପୁଲ ସହରରେ ଫୁଟବଲ ବିଜୟ ଉତ୍ସବ ପାଳନ ସମୟରେ ଏକାଠି ହୋଇଥିବା ଭିଡ଼ ଭିତରେ କାର ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ । ଲିଭରପୁଲରେ ପ୍ରିମିୟର ଲିଗ୍ ଚାମ୍ପିଅନସିପ୍ ପରେ ଫୁଟବଲ୍ ପ୍ରଶଂସକମାନେ ରାସ୍ତାରେ ବିଜୟ ଉତ୍ସବ ପାଳନ କରୁଥିଲେ। ହଜାର ହଜାର ଲୋକ ରାସ୍ତାରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଏକ କାର ଦ୍ରୁତଗତିରେ ଆସି ଭିଡ଼ ଭିତରେ ମାଡ଼ି ଯାଇଥିଲା। । ଏହି ଘଟଣାରେ ୪୭ ଜଣ ଆହତ ହୋଇଛନ୍ତି।

ପୁଲିସ ଅଭିଯୁକ୍ତ ଜଣେ ୫୩ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି। ସେ କାହିଁକି ଭିଡ଼ ଭିତରକୁ ତାଙ୍କ ଗାଡ଼ି ଚଲାଇଲେ ସେ ବିଷୟରେ ପଚରାଉଚରା କରାଯାଉଛି ।

ରିପୋର୍ଟ ଅନୁସାରେ, ଜଣେ ୫୩ ବର୍ଷୀୟ ଶ୍ବେତ ବ୍ରିଟିଶ ବ୍ୟକ୍ତି ତାଙ୍କ ମିନିଭ୍ୟାନ୍ ଚଲାଇ ଲୋକଙ୍କ ଉପରକୁ ଚଢାଇ ଦେଇଥିଲେ। ପୋଲିସ କହିଛି ଯେ ବ୍ୟକ୍ତି ଜଣକ ଏକୁଟିଆ ଏହି ଘଟଣା ଘଟାଇଛନ୍ତି ଏବଂ ଏହି ଘଟଣା ଆତଙ୍କବାଦୀ ଘଟଣା ନୁହେଁ ।

ତେବେ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର କହିଛନ୍ତି, ଲିଭରପୁଲର ଦୃଶ୍ୟ ଭୟଙ୍କର। ପୀଡିତଙ୍କୁ ସହିତ ମୋର ସମବେଦନା। ଏହି ଗମ୍ଭୀର ଘଟଣାରେ ଶୀଘ୍ର ଏବଂ ତ୍ୱରିତ ପଦକ୍ଷେପ ପାଇଁ ମୁଁ ପୋଲିସ ଏବଂ ଜରୁରୀକାଳୀନ ସେବାକୁ ଧନ୍ୟବାଦ ଜଣାଉଛି।”

 

Comments are closed.