ମୁମ୍ବାଇ: କବିର ସିଂ ଓ ଆନିମଲ ପରି ବ୍ଲକ ବଷ୍ଟର ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ରେଡ୍ଡୀ ବାଙ୍ଗା ଏବେ ଦୀପିକା ପାଦୁକୋନଙ୍କ ଉପରେ ରାଗି ଯାଇଛନ୍ତି । ନିକଟରେ ଦୀପିକାଙ୍କ ବଦଳରେ ସନ୍ଦୀପ ତାଙ୍କର ଆଗାମୀ ଫିଲ୍ମ ସ୍ପିରିଟ ପାଇଁ ତୃପ୍ତି ଡିମରୀଙ୍କୁ ସାଇନ କରିଛନ୍ତି । ଫିଲ୍ମ ଛାଡିବା ପରେ ଦୀପିକା ସ୍କ୍ରିପ୍ଟ ଲିକ କରି ଦେଇଛନ୍ତି ବୋଲି ନାମ ନ ନେଇ ସନ୍ଦୀପ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ।
ମୁଁ ଯେତେବେଳେ କୌଣସି କଳାକାରଙ୍କୁ ସ୍କ୍ରିପ୍ଟ ଶୁଣାଇଥାଏ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥାଏ । ଅଧିକାଂଶ କଳାକାର ପେଶାଦାର ମନୋଭାବ ନେଇ ସ୍କ୍ରିପ୍ଟକୁ ଲିକ କରି ନ ଥାନ୍ତି । ଆପଣ ଏହାକୁ ଲିକ କରି ନିଜେ କଣ ଭାବେ ଭାବେ ପ୍ରମାଣିତ କରିପାରିଛ । ଜଣେ ଯୁବ ଅଭିନେତ୍ରୀଙ୍କୁ ଈର୍ଷା କରି ଏବଂ ମୋତେ ତଳେ ପକାଇବା ପାଇଁ ତୁମେ ଏହି ନାଟକ କରିଛ । ଆର ଥର ସମ୍ପୂର୍ଣ୍ଣ କାହାଣୀ କହିବ । ମୋତେ ଏଥିରେ କିଛି ଫରକ ପଡିବାର ନାହିଁ । ଡର୍ଟି ପିଆର ଗେମ ।
ସନ୍ଦୀପ ନାମ ନ ନେଇଥିଲେ ମଧ୍ୟ ଏହା ସ୍ପଷ୍ଟ ଭାବେ ଦୀପିକାଙ୍କୁ ଉଲ୍ଲେଖ କରି ଲେଖା ଯାଇଥିବା ଅନୁମାନ କରାଯାଉଛି । ସ୍ପିରିଟରେ ପ୍ରଭାସଙ୍କ ସହ ଦୀପିକାଙ୍କୁ ସାଇନ କରାଯାଇଥିଲା । ଏବେ ଦୀପିକାଙ୍କ ବଦଳରେ ତୃପ୍ତିଙ୍କୁ ଫିଲ୍ମରେ ନିଆଯାଇଛି । ରିପୋର୍ଟ ମୁତାବକ ଦୀପିକା ଅନେକଗୁଡିଏ ସର୍ତ ରଖିଥିଲେ । ଯେପରି ଦିନକୁ ୮ ଘଂଟା ଶିଫ୍ଟ, ସପ୍ତାହରେ ୫ ଦିନ କାମ, ଲାଭରେ ଅଂଶୀଦାର ଓ କମ ତେଲୁଗୁ ଡାଇଲଗ ରହିଥିଲା । ଯାହାକୁ ସନ୍ଦୀପ ଗ୍ରହଣ କରି ନ ଥିଲେ ।
Comments are closed.