Latest Odisha News

BREAKING NEWS

୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାର ଛାନଭିନ୍‌ ଆରମ୍ଭ କଲା ଏନଆଇଏ ଟିମ୍

ରାଉରକେଲା:ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ମାଓବାଦୀ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାକୁ ନେଇ ଛାନଭିନ୍‌ । ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଲୁଟ୍‌ ହୋଇଥିଲା ପ୍ରାୟ ୪ ଟନ୍‌ ବିସ୍ପୋରକ ସାମଗ୍ରୀ। ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର ହୋଇ ପାରି ନ ଥିବା ବେଳେ କେବଳ ବିସ୍ଫୋରକ ନେଇ ଯାଉଥିବା ଗାଡିକୁ ଉଦ୍ଧାର କରିଛି ପୋଲିସ। ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ NIA ଟିମ୍‌ । ଏନଆଇଏର ଡିଆଇଜି, ଏସପି, ଅତିରିକ୍ତ ଏସପି ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍ । ପୁଣି  ଏପରି ଘଟଣାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖରେ । ତେବେ ମାଓବାଦୀ ବିସ୍ଫୋରକ ଲୁଟ୍ କରିଥିବା ସନ୍ଦେହରେ ଓଡ଼ିଶା ସୀମାନ୍ତ ଝାଡଖଣ୍ଡ ସରଣ୍ଡା ଜଙ୍ଗଲରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

 

Comments are closed.