Latest Odisha News

ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ

ରାୟଗଡ଼ା: ବୁଧବାର ଦେଢଲକ୍ଷ ଟଙ୍କା ନେଇ ଗାଡିରେ ଯାଉଥିବା ବେଳେ ଧରାପଡିଥିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ। ଆଜି ତାଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍‌, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ୧୦୦ ଗ୍ରାମ ସୁନା ମିଳିଚି । ସେହିପରି ୧୦ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଅଧୀକ୍ଷଣ ଯନ୍ତ୍ରୀ କିଶାନ ଲାଞ୍ଚ କାରବାର କରୁଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଠିକାଦାର ଜଣକ । ଏନେଇ ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ସରକାରୀ ଭଡ଼ା ଗାଡ଼ି (ଓଡି୧୮-ଏନ-୭୯୫୭)ରେ ସକରାରୀ ବାସଭବନକୁ ଯାଉଥିବା ବ‌େଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଅଟକାଇବା ସହ ତାଙ୍କ ନିକଟରୁ ଦେଢଲକ୍ଷ ଟଙ୍କା ଜବତ କରିଥିଲା । ଜବତ ଟଙ୍କା ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ କୌଣସି ସନ୍ତୋଜନକ ଉତ୍ତର ନଦେବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା ।

ଏହାପରେ ଆଜି କିଶାନଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ପୂର୍ବରୁ ସହଦେବ କିଶାନ ବିଭିନ୍ନ ଦୁର୍ନୀତି ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ି ସେ ଜେଲ୍‌ ଯାଇଥିଲେ ।

Comments are closed.