Latest Odisha News

BREAKING NEWS

ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ୨ ଜଣ ଉଦ୍ଧାର ହୋଇଥିବା ବେଳେ ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି।

ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଦୁର୍ଘଟଣାରେ ଅନେକ ଓଡ଼ିଆ ଯାତ୍ରୀ ରହିଥିବା ସୂଚନା ରହିଛି। ସେହିପରି ଏହି ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ ଅଛନ୍ତି। ଯାଜପୁର ରୋଡ୍‌ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଥିବା ସୂଚନା ରହିଛି। ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ଅଛନ୍ତି।

ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ସିକ୍କିମ ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.