Latest Odisha News

BREAKING NEWS

ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଓଡ଼ିଆ ଯବାନ ନାରାୟଣ ସାହୁ(୩୫) ଗ୍ୱଲିଅରର ଏକ ଆର୍ମୀ ବେରକ ଠାରେ ନିଜ ସହକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ନାରାୟଣ ୨୦୦୩ ମସିହାରେ ସେନାରେ ଯୋଗ ଦେଇଥିଲେ । ଏହାପରେ ସେ ପଦୋନ୍ନତି ପାଇ ଗ୍ୱଲିଅର ଠାରେ ନିଯୁକ୍ତ ଥିଲେ ।

ତେବେ ଏହି ଘଟଣା ଡିସେମ୍ବର ୨୦ ତାରିଖରେ ଘଟିଥିବା ସୂଚନା ମିଳିଛି । ନାରାୟଣ ଓ ତାଙ୍କ ସହଯୋଗୀ ମଧ୍ୟରେ କୌଣସି ଘଟଣାକୁ ନେଇ ଜୋରରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ନାରାୟଣଙ୍କ ସହଯୋଗୀ ତାଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି ।

ଆଜି ନାରାୟଣଙ୍କ ପାର୍ଥିବ ଶରୀର ଗ୍ୱଲିଅରରୁ ନିଜ ଜନ୍ମମାଟିକୁ ଆସିବ।

Leave A Reply

Your email address will not be published.