ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର’କୁ ନେଇ ସିଡିଏସଙ୍କ ଖୁଲାସା।ପାକିସ୍ତାନ ଦ୍ଵାରା କରାଯାଇଥିବା ମିଛ ଦାବି ଗୁଡ଼ିକୁ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ୍ ଚୌହାନ ଖଣ୍ଡନ କରିଛନ୍ତି।
ଅପରେସନ୍ ସିନ୍ଦୂର ସମୟରେ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ନେଇ ପାକିସ୍ତାନ ଦାବି କରିଥିଲା ଯାହାକୁ ଚୌହାନ ଖଣ୍ଡନ କରିଛନ୍ତି। ଜେନେରାଲ୍ ଚୌହାନ ଏକ ସାକ୍ଷାତକାର ରେ କହିଛନ୍ତି ଯେ ଉଭୟ ଦେଶ ମଧ୍ୟ ରେ ପରିସ୍ଥିତି କୁ ସୁଧାରିବା ପାଇଁ ପାକିସ୍ତାନ ସହିତ ଆଲୋଚନା କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ରହିଛି। ଏହା ଛଡା ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ଟ୍ରମ୍ପ୍ ଯେଉଁ ଯୁକ୍ତି କରିଥିଲେ ସେଥିରେ ମଧ୍ୟ କୌଣସି ସତ୍ୟତା ନାହିଁ।
ଅପରେସନ ସିନ୍ଦୂର ସମୟରେ ହୋଇଥିବା ସାମରିକ ମୁକାବିଲାରେ ବିମାନ ଖସିଥିବା କଥା ସ୍ୱୀକାର କରିଛନ୍ତି। କିନ୍ତୁ ୬ଟି ଭାରତୀୟ ଲଢ଼ୁଆ ବିମାନକୁ ନଷ୍ଟ କରିଥିବା ନେଇ ଇସଲାମାବାଦ୍ ର ଦାବିକୁ ‘ସମ୍ପୂର୍ଣ୍ଣ ମିଥ୍ୟା’ ବୋଲି ସେ କହିଛନ୍ତି। ତେବେ ବିମାନ କାହିଁକି ହଜିଲା ଓ ଏହାକୁ ଖୋଜିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଯାହା ଦ୍ଵାରା ଭାରତୀୟ ସେନା ତାର ରଣନୀତିରେ ସୁଧାର କରି ପୁଣି ଥରେ ଅଧିକ ଶକ୍ତିଶାଳୀ ହୋଇ ଆକ୍ରମଣ କରିପାରିବ ବୋଲି ସେ କହିଛନ୍ତି।
Comments are closed.