ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରକ ଠାବ ହୋଇଥିଲା । ମାଟିତଳେ ଲୁଚାଇଥିଲେ ମାଓବାଦୀ । ଯବାନମାନଙ୍କ ପକ୍ଷରୁ ଏବେ ମଧ୍ୟ ଉକ୍ତ ଜଙ୍ଗଲରେ ସର୍ଚ୍ଚଅପରେସନ୍ ଜାରି ରହିଛି ।
ନିକଟରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ପ୍ରାୟ ୫ଟନ୍ ବିସ୍ଫୋରକ ଲୁଟି ନେଇଥିଲେ । ଏହି ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହାପରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି ।
ଦୁଇ ଦିନ ପୂର୍ବେ ସୁରକ୍ଷାବାହିନୀ ଏହି ଜଙ୍ଗଲରୁ ୩ ଟନ୍ ବିସ୍ଫୋରକ ଜବତ କରିଥିଲେ । ତେବେ ଏସବୁ ବିସ୍ଫୋରକ ମାଓବାଦୀମାନେ ଲୁଟ୍ କରିଥିବା ବିସ୍ଫୋରକ କି ନୁହେଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
Comments are closed.