Latest Odisha News

BREAKING NEWS

ନିଟ୍-ପିଜି ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ। ଜୁନ୍‌ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ। ପରୀକ୍ଷା ସ୍ଥଗିତ ନେଇ ସୂଚନା ଜାରି କଲା NBEMS। ୨ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ କହିଥିଲେ ସୁପ୍ରିମକୋର୍ଟ। ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ କହିଲା NBEMS।

ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା। ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଜାତୀୟ ପରୀକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ ଯେ NEET-PG ୨୦୨୫ ପରୀକ୍ଷା ଦୁଇଟି ସିଫ୍ଟରେ ନୁହେଁ ବରଂ ଗୋଟିଏ ସିଫ୍ଟରେ କରାଯିବ। ସ୍ୱଚ୍ଛତା ସୁନିଶ୍ଚିତ କରି ଗୋଟିଏ ସିଫ୍ଟରେ ପରୀକ୍ଷା ପରିଚାଳନା କରିବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟ NBEକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। NEET-PG ଜୁନ୍ ୧୫ ଜୁନରେ ପ୍ରସ୍ତାବିତ ହୋଇଥିଲା। ଏଥିପାଇଁ ଜାତୀୟ ପରୀକ୍ଷା ବୋର୍ଡ ପ୍ରସ୍ତୁତି କରିଥିଲା, ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବାର ଥିଲା। ତଥାପି, ଗତ ଶୁକ୍ରବାର ପ୍ରାର୍ଥୀମାନଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ପରୀକ୍ଷା ପାଇଁ ଏବେ ବି ସମୟ ଅଛି ତେଣୁ ବୋର୍ଡ ପ୍ରସ୍ତୁତି କରିପାରିବ।

Comments are closed.