Latest Odisha News

BREAKING NEWS

IPL ରୁ କେତେ ଟଙ୍କା ରୋଜଗାର କରିଥାଏ JioHotstar, ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) କେବଳ କ୍ରିକେଟ୍ ଓ ଗ୍ଲାମରର ନାମ ନୁହେଁ, ଏହା କୋଟି କୋଟି ଟଙ୍କାର ରୋଜଗାରର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରେ ଟିମ୍ ଫ୍ରାଞ୍ଚାଇଜିଙ୍କଠାରୁ ଆରମ୍ଭ କରି ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ ହାସଲ କରୁଛନ୍ତି। ଏହି ରୋଜଗାର ବିଜ୍ଞାପନ, ପ୍ରସାରଣ (ବ୍ରଡକାଷ୍ଟିଂ) ଓ ଅନ୍ୟାନ୍ୟ ଉତ୍ସରୁ ଆସୁଛି। ତେବେ, ଏହି ରୋଜଗାରର ଦୌଡ଼ରେ ଜିଓ ହଟଷ୍ଟାର (JioHotstar) ମଧ୍ୟ ପଛରେ ନାହିଁ। ପ୍ରତି ସିଜନରେ କେବଳ ପ୍ରସାରଣରୁ ହିଁ ଜିଓ ହଟଷ୍ଟାର କୋଟି କୋଟି ଟଙ୍କା ରୋଜଗାର କରୁଛି।

ଫାଇନାଲରେ RCB ବନାମ PBKS
ଆଇପିଏଲ୍ ୨୦୨୫ ଏବେ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଜୁନ୍ ୩ ତାରିଖରେ ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ପଞ୍ଜାବ କିଙ୍ଗସ୍ (PBKS) ମୁହାଁମୁହିଁ ହେବେ। ଉଭୟ ଦଳ ଆଇପିଏଲ୍ ଇତିହାସରେ ନିଜର ପ୍ରଥମ ଟ୍ରଫି ହାସଲ କରିବା ପାଇଁ ଲଢ଼ିବେ। ଏହି ଫାଇନାଲ୍ ମ୍ୟାଚ୍ ସହ ଏହି ସିଜନର ମଧ୍ୟ ସମାପ୍ତି ଘଟିବ। ଦର୍ଶକଙ୍କ ଦୃଷ୍ଟିରୁ ଏହି ସିଜନ ଅତ୍ୟନ୍ତ ସଫଳ ରହିଛି ଏବଂ ଏହାର ଲାଭ ଜିଓ ହଟଷ୍ଟାରକୁ ମଧ୍ୟ ମିଳିଛି। ଆସନ୍ତୁ ଜାଣିବା ଆଇପିଏଲ୍ ପ୍ରତି ସିଜନରୁ ଜିଓ ହଟଷ୍ଟାର କେତେ ରୋଜଗାର କରୁଛି।
ଯଦି ଗ୍ରାହକ ସଂଖ୍ୟାକୁ ଦେଖାଯାଏ, ତେବେ ଆଇପିଏଲ୍ ୨୦୨୫ ସିଜନ ଜିଓ ହଟଷ୍ଟାର ପାଇଁ ଏକ ଲଟେରୀ ସଦୃଶ। ଜିଓ ଓ ଡିଜନୀ+ ହଟଷ୍ଟାରର ମର୍ଜର ପରେ ଜିଓ ହଟଷ୍ଟାରର ଗ୍ରାହକ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି ଏବଂ ଏହା ବିଶ୍ୱର ଅଗ୍ରଣୀ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ମଧ୍ୟ ପଛରେ ପକାଇବାର ପଥରେ ଅଛି। ଆକଳନ ଅନୁସାରେ, ଜିଓ ହଟଷ୍ଟାରର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତ (୨୮ କୋଟି)ରେ ପହଞ୍ଚିଛି, ଯାହା ଏପ୍ରିଲ ମାସରେ ୨୦୦ ନିୟୁତ (୨୦ କୋଟି) ଥିଲା। ଅନ୍ୟପକ୍ଷରେ, ନେଟଫ୍ଲିକ୍ସର ବିଶ୍ୱବ୍ୟାପୀ ଗ୍ରାହକ ସଂଖ୍ୟା ୩୦୦ ନିୟୁତ (୩୦ କୋଟି) ରହିଛି। ଏହାକୁ ଦେଖିଲେ ଜିଓ ହଟଷ୍ଟାର କେବଳ ୨୦ ନିୟୁତ ଗ୍ରାହକ ପଛରେ ରହିଛି, ଯାହା ଏକ ବଡ଼ ଉପଲବ୍ଧି।

ଆଇପିଏଲ୍ ପ୍ରତି ସିଜନରେ କେବଳ ପ୍ରସାରଣରୁ ହିଁ ଜିଓ ହଟଷ୍ଟାର କୋଟି କୋଟି ଟଙ୍କାର ରୋଜଗାର କରୁଛି। ଏହି ସିଜନ ଜିଓ ହଟଷ୍ଟାର ପାଇଁ କେବଳ ଗ୍ରାହକ ସଂଖ୍ୟା ବୃଦ୍ଧି ନୁହେଁ, ବରଂ ରାଜସ୍ୱ (ରେଭେନ୍ୟୁ) ସୃଷ୍ଟିରେ ମଧ୍ୟ ଅତ୍ୟନ୍ତ ସଫଳ ରହିଛି। ଏକ ରିପୋର୍ଟ ଅନୁସାରେ, ଆଇପିଏଲ୍ ୨୦୨୫ରୁ ଜିଓ ହଟଷ୍ଟାରକୁ ୪,୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବାର ଆଶା କରାଯାଉଛି। ତୁଳନାତ୍ମକ ଭାବେ, ଗତ ସିଜନରେ ଏହି ରାଜସ୍ୱ ପ୍ରାୟ ୪,୦୦୦ କୋଟି ଟଙ୍କା ଥିଲା।

ଦର୍ଶକ ଓ ବିଜ୍ଞାପନର ବଡ଼ ଭୂମିକା
ଆଇପିଏଲ୍ ୨୦୨୫ର ଆରମ୍ଭରୁ ହିଁ ଜିଓ ହଟଷ୍ଟାରରେ ଦର୍ଶକ ସଂଖ୍ୟାରେ ବଢ଼ିବାରେ ଲାଗିଛି । ପ୍ରଥମ ତିନୋଟି ମ୍ୟାଚରେ ଡିଜିଟାଲ ଦର୍ଶକ ସଂଖ୍ୟା ଗତ ସିଜନ ତୁଳନାରେ ୪୦% ବୃଦ୍ଧି ପାଇଛି, ଯେଉଁଥିରେ କନେକ୍ଟେଡ୍ ଟିଭି (CTV) ଦର୍ଶକଙ୍କ ସଂଖ୍ୟା ୫୪% ବୃଦ୍ଧି ପାଇଛି। ଏହି ସିଜନରେ ମୋଟ ୪,୯୫୬ କୋଟି ମିନିଟର ଦେଖାଯାଇଛି, ଯାହା ଏକ ରେକର୍ଡ। ଏହି ବୃହତ ଦର୍ଶକ ସଂଖ୍ୟା ବିଜ୍ଞାପନଦାତାଙ୍କୁ ଆକର୍ଷିତ କରିଛି। ଜିଓ ହଟଷ୍ଟାର ଏହି ସିଜନରେ ୩୨ଟି ସ୍ପନସରଙ୍କ ସହ ଚୁକ୍ତି କରିଛି, ଯେଉଁମାନେ ବିଜ୍ଞାପନ ମାଧ୍ୟମରେ ବଡ଼ ପୁଞ୍ଜି ନିବେଶ କରିଛନ୍ତି।

Comments are closed.