Latest Odisha News

BREAKING NEWS

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ CPET ପ୍ରବେଶିକା ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସାମ୍ସ ପିଜି ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ଏଥିରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ରାଜ୍ୟରେ ୧୧୬ଟି ପିଜି କଲେଜ୍‌ରେ ରହିଥିବା ୩୦,୮୦୨ ପିଜି ସିଟ୍ ନିମନ୍ତେ ବିଗତ ମେ’ ୪ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଆଜି ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଜୁନ୍‌ ୩ ତାରିଖରୁ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ନିଜ ରାଙ୍କ୍ ଅନୁଯାୟୀ ନିଜ ମନପସନ୍ଦର ପିଜି କଲେଜ୍‌ରେ ନାମ ଲେଖାଇବା ପାଇଁ ଚଏସ୍‌ ଫିଲିଙ୍ଗ (Choice Filling) କରିପାରିବେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର କଲେଜ୍‌ର ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା (Provisional allotment of seats for 1st round selection process) ଆସନ୍ତା ଜୁନ୍‌ ୧୩ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ପ୍ରକାଶିତ ହେବ।

Comments are closed.