କୋରାପୁଟ: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି କୋରାପୁଟର ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରୁ । ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏହି ଘଟଣା ପରେ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି । ବର୍ତ୍ତମାନ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅନ୍ୟପଟେ, ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାରକୁ ହସ୍ତାନ୍ତର କରାଯିବ ।
Comments are closed.