Latest Odisha News

BREAKING NEWS

ଦେଶୀ ବନ୍ଧୁକ କାରଖାନା ଉପରେ ଚଢଉ; ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ନୟାଗଡ଼: ଦଶପଲ୍ଲା ପାହାଡ଼ ଉପରେ ଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସର ଚଢ଼ଉ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳର ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା (୪୮), ଢିଅସାହିର ରାଜେଶ କୁମାର ପ୍ରଧାନ (୨୭) ।

ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏହା ସହ ଗୋଟିଏ ଦେଶୀ ବନ୍ଧୁକ ଓ ପିସ୍ତଲ ମଧ୍ୟ ଜବତ କରିଛି । ଗତବର୍ଷ ଏମାନେ ସମସ୍ତେ ଏହି ବନ୍ଧୁକ ତିଆରି ଅଭିଯୋଗରେ ଗିରଫ ହୋଇଥିଲେ । ଜାମିନରେ ଆସି ପୁଣି ଥରେ ସେମାନେ ଏହି ବେପାର ଆରମ୍ଭ କରିଥିଲେ । ଖବରପାଇ ପୋଲିସ ଚଢ଼ଉ କରିଥିଲା ଯେଉଁଥିରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ହେଲେ ଏହି ବନ୍ଧୁକ କାରଖାନାର ମୁଖ୍ୟ ତପନର ବଡ଼ ଭାଇ ବିଭୂତି ପରିଡ଼ା (୨୭)କୁ ଗିରଫ କରିବାରେ ଅସଫଳ ରହିଛି ପୋଲିସ ।

Comments are closed.