ଭୁବନେଶ୍ୱର: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ। ଏହି ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ। ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ। ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି। ଏମାନେ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ।
ସୂଚନା ଥାଉକି କୋରାପୁଟ ମେଡିକାଲ କଲେଜ ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କୁ ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସେଠାର ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ ଦିଆଯାଇନି। ଅଲଗା ଔଷଧ ବି ଦିଆଯାଇନି। ICUରେ ତିନି ରୋଗୀ ଓ ବାକି ଅନ୍ଯମାନେ ୱାର୍ଡରେ ଥିଲେ। ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ତଦନ୍ତକାରୀ ଟିମ ସେଠାରେ ପହଞ୍ଚି ନିଷ୍ପତ୍ତି ନେବେ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ଟିମକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.