୩୫ ହଜାର ବଦଳରେ ୨ରୁ ୩ ଲକ୍ଷ ଲୋକଙ୍କ ଗହଳି; ଆରସିବିର ବିଜୟ ଉତ୍ସବରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ…
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା
ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ର ଅପେକ୍ଷା ପରେ ଆଇପିଏଲ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପ୍ରଥମ ବିଜୟ ହାସଲ କରିଛି। ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ସେଲିବ୍ରେଟ କରିଛନ୍ତି କ୍ରିକେଟର।
ତେବେ ସେଲିବ୍ରେସନ୍ ଦେଖିବାକୁ ଆସିଥିବା ଫ୍ୟାନ୍ସ ମଧ୍ୟରେ ଅଚାନକ ଦଳାଚକଟା ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ୩୩ ଜଣ ଆହତ ହୋଇଥିଲେ।ଯାହାକି ଉତ୍ସବର ଏହି ମୂହୁର୍ତ୍ତରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଆରସିବି ଦଳ ଆଇପିଏଲ୍ ୨୦୨୫ର ଟ୍ରଫି ଉଠାଇବା କୁ ଯାଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରି ଡିକେ ଶିବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଶୋକ ପ୍ରକାଶ କରିଛନ୍ତି।ଏଥିସହିତ ମୃତକ ମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ଘଟଣାକୁ କୌଣସି ପ୍ରକାରରେ ସମର୍ଥନ କରନ୍ତି ନାହିଁ କିମ୍ବା ଏହାକୁ ନେଇ କୌଣସି ରାଜନୀତି ନ ହେଉ ବୋଲି ସେ କହିଛନ୍ତି। ଏହି ଘଟଣା କୁ ନେଇ ସେ ମାଜିଷ୍ଟ୍ରେଟ୍ ତଦନ୍ତ ସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଷ୍ଟାଡିୟମର କ୍ଷମତା ୩୫୦୦୦ ଲୋକଙ୍କ ପାଇଁ ଥିବା ବେଳେ ସେଠାରେ ୨-୩ ଲକ୍ଷ ଲୋକ ଉପସ୍ଥିତ ଥିଲେ। ଯାହା ଫଳରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
Comments are closed.