ନୂଆଦିଲ୍ଲୀ: ତତ୍କାଳ ଟିକେଟକୁ ନେଇ ରେଳ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ତତ୍କାଳ ଟିକେଟ୍ ବୁକିଂ ହେବ ଆହୁରି ସହଜ । ଭାରତୀୟ ରେଲୱେ ଖୁବ୍ଶୀଘ୍ର ଆରମ୍ଭ କରିବ ଇ-ଆଧାର ପ୍ରମାଣୀକରଣ । ଟିକେଟ୍ ବୁକିଂ ବେଳେ ହେବ ଇ-ଆଧାର ପ୍ରମାଣୀକରଣ । ଆବଶ୍ୟକ ସ୍ଥଳେ ଟିକେଟ୍ ପାଇବାରେ ସହଜ ହେବ । ଏନେଇ ଏକ୍ସ ରେ ପୋଷ୍ଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ତେବେ ଟିକେଟ୍ ଦଲାଲ ଏବଂ ଅବୈଧ ବୁକିଂକୁ ବନ୍ଦ କରିବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଉଛି । ଯାହା ଦ୍ଵାରା ଅଭାବୀ ଯାତ୍ରୀମାନେ ନିଶ୍ଚିତ ଟିକେଟ୍ ପାଇପାରିବେ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଖୁବ୍ ଶୀଘ୍ର ତତ୍କାଳ ଟିକେଟ୍ ବୁକ୍ କରିବା ସମୟରେ ଇ-ଆଧାର ଅଥେଣ୍ଟିକେସନ ଆବଶ୍ୟକ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଦ୍ୱାରା ପ୍ରତ୍ୟେକ ଯାତ୍ରୀଙ୍କୁ ସେମାନଙ୍କର ପରିଚୟ ଡିଜିଟାଲ ଭାବରେ ଯାଞ୍ଚ କରିବାକୁ ପଡିବ । ଯାହା ନକଲି ବୁକିଂ ଏବଂ ବଟ୍ ମାଧ୍ୟମରେ ଟିକେଟ୍ କ୍ରୟ ଘଟଣାକୁ ରୋକିବାରେ ସାହାଯ୍ୟ କରିବ । ପ୍ରଥମ ୧୦ ମିନିଟ୍ ପାଇଁ, କେବଳ ସେହି ଯାତ୍ରୀମାନେ ତତ୍କାଳ ଟିକେଟ୍ ବୁକ୍ କରିପାରିବେ ଯାହାଙ୍କର IRCTC ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ହୋଇଛି ।
Bharatiya Railways will soon start using e-Aadhaar authentication to book Tatkal tickets.
This will help genuine users get confirmed tickets during need.
— Ashwini Vaishnaw (@AshwiniVaishnaw) June 4, 2025
ଇ-ଆଧାର ଭେରିଫିକେସନ୍ ଏହି ନୂଆ ପଦକ୍ଷେପ ନକଲି ଏବଂ ସ୍କ୍ରିପ୍ଟ-ଆଧାରିତ ବୁକିଂକୁ ରୋକିବ ଏବଂ ଯାତ୍ରା ଅଭିଜ୍ଞତାକୁ ଅଧିକ ସୁରକ୍ଷିତ ଏବଂ ଉନ୍ନତ କରିବ ।
ତତ୍କାଳ ଟିକେଟ୍ ବୁକିଂ ସମୟ ଏବଂ କଣ ରହିଛି ନିୟମ
ଟ୍ରେନ୍ ଛାଡିବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ ବୁକ୍ କରାଯାଏ । ତେବେ ବୁକିଂ ସମୟ ସକାଳ ୧୦ଟା ଏସି କ୍ଲାସ ପାଇଁ ଏବଂ ସକାଳ ୧୧ଟା ସ୍ଲିପର କ୍ଲାସ ପାଇଁ ରୁ ଆରମ୍ଭ ହୁଏ । ମୋଟ ଟିକେଟର ପ୍ରାୟ ୨୦ ପ୍ରତିଶତ ତତ୍କାଳ ସ୍କିମ୍ ଅଧୀନରେ ବିକ୍ରି ହୁଏ ।
Comments are closed.