Latest Odisha News

BREAKING NEWS

ଗିଲ କହିଲେ କୋହଲି, ରୋହିତଙ୍କ ଅଭାବ ପରିଲକ୍ଷିତ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଆୟୋଜିତ ପ୍ରେସ ମିଟରେ ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀର ସେମାନଙ୍କ ରଣନୀତି ଓ ପ୍ରସ୍ତୁତି ନେଇ ମୁହଁ ଖୋଲିଛନ୍ତି । ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଭାବ ନିଶ୍ଚିତ ଭାବେ ଏହି ଗସ୍ତରେ ପରିଲକ୍ଷିତ ହେବ ବୋଲି ଗିଲ କହିଛନ୍ତି । ଆମେ ଏକ ଶୃଙ୍ଖଳିତ ଓ ଦକ୍ଷତା ସମ୍ପନ୍ନ ଦଳ ନେଇ ଏହି ଗସ୍ତରେ ଯାଉଛି । ଦଳର ପ୍ରତ୍ୟେକ ସଦସ୍ୟ ଭଲ ପ୍ରଦର୍ଶନ ନେଇ ଆଶାୟୀ ଅଛନ୍ତି ।

ଏ ପର୍ଯ୍ୟନ୍ତ ଚୂଡାନ୍ତ ଏକଦାଶ କିପରି ହେବ ତାର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ହୋଇନି ବୋଲି ସେ କହିଛନ୍ତି । ସେ କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ସେହିପରି ଯଶପ୍ରୀତ ବୁମରାହ ଏହି ଗସ୍ତରେ ୩ଟି ମ୍ୟାଚ ଖେଳିବେ ବୋଲି ସ୍ଥିର ହୋଇଥିଲେ ମଧ୍ୟ କେଉଁ କେଉଁ ମ୍ୟାଚ ଖେଳିବେ ତାହା ସ୍ପଷ୍ଟ ହୋଇନି । କୋଚ ଗମ୍ଭୀର ପରୋକ୍ଷରେ କରୁଣ ନାୟାରଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ । ସେ ଏହି ଅବସରରେ ଆରସିବି ବିଜୟ ପରେ ହୋଇଥିବା ଦଳାଚକଟା ଘଟଣା ନେଇ ଶୋକ ବ୍ୟକ୍ତ କରିଥିଲେ । ବିଜୟ ଉତ୍ସବ ଆୟୋଜନ କରିବା ଆବଶ୍ୟକ ନୁହେ । ପୂର୍ବରୁ ମୁଁ କହିଥିଲେ ଏବେ ବି କହୁଛି ।

ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ ବୋଲି ଗିଲ କହିଛନ୍ତି । ଅଧିନାୟକ ଭାବେ ମୋର ପ୍ରଥମ ଲକ୍ଷ୍ୟ ସମସ୍ତ ଖେଳାଳିଙ୍କୁ ସାଥୀରେ ନେବା ରହିବ । ଦଳରେ ଅନେକ ଦକ୍ଷତା ସମ୍ପନ୍ନ ଖେଳାଳି ଥିବାରୁ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଦୃଢ଼ତା ସହକାରେ କହିଛନ୍ତି ।

Comments are closed.