ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ଜଗିବେ, ଅପରାଧୀଙ୍କୁ ଧରିବେ ପୋଲିସ । ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ ।
ପୋଲିସ୍ ସ୍କାନରରେ ବଡ ଵଡ ଅପରାଧୀ । ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ଵାରା ୬ଟି ଦେଶ କଣ୍ଟ୍ରି ମେଡ୍ ବନ୍ଧୁକ, ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ, ୨୦ରୁ ଅଧିକ ଜୀବନ୍ତ ଗୁଳି ଜବତ ହୋଇଛି ।
ଆଗକୁ ରଥଯାତ୍ରା ଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ । ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍ । ସହର ଓ ଆଖପାଖ ଅଞ୍ଚଳରେ ଚଢାଉ କରି ୫ରୁ ଅଧିକ ବଡ ବଡ ଅପରାଧୀଙ୍କୁ ଉଠାଇ ନେଇ ସେମାନଙ୍କ ଅପରାଧ ଇତିହାସ ଖୋଳ ତାଡ଼ ଆରମ୍ଭ କରାଯାଇଛି ।
ପୋଲିସ ଟିମ୍ ର ଚଢାଉ ଜାରି ରହିଥିବା ବେଳେ ପୋଲିସ ଟାର୍ଗେଟରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ । ଏହି ଅପରାଧୀ ମାନେ ବଡ଼ଦାଣ୍ଡ, ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ।
Comments are closed.