Latest Odisha News

BREAKING NEWS

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମ (ଏମଏନଏମ)କୁ ଦେବାକୁ ନିଷ୍ପତ୍ତି ନେଇଛି। ଏହି ଆସନ ମାଧ୍ୟମରେ କମଲ ହାସନ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଉଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ ତାଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ୨୦୨୬ ବିଧାନସଭା ନିର୍ବାଚନକୁ ଦେଖି ଏହି ରଣନୀତି କରାଯାଇଥିବାର ଚର୍ଚ୍ଚା ହେଉଛି। କମଲ ହାସନଙ୍କର ଫ୍ୟାନ ବେସ୍ ଅଛନ୍ତି। ନିର୍ବାଚନରେ ବି ଏହା କାମରେ ଲାଗିପାରେ। ତାକୁ ଟାର୍ଗେଟ କରି କମଲ ହାସନଙ୍କୁ ରାଜ୍ୟସଭା ପଠାଉଛନ୍ତି ଷ୍ଟାଲିନ୍। କମଲ ହାସନ ବିଜେପି ନୀତିର ବିରୋଧୀ ଭାବେ ଜଣାଶୁଣା। ତେଣୁ ନିର୍ବାଚନରେ ଡିଏମକେକୁ ଫାଇଦା ମିଳିବ।

କିଛି ଦିନ ତଳେ ଭାଷା ବିବାଦରେ ଫସିଥିଲେ କମଲ। ତାମିଲ ଭାଷାରୁ କନ୍ନଡ ଭାଷାର ଉତ୍ପତ୍ତି ହୋଇଛି ବୋଲି କହିଥିଲେ। ଏହାକୁ ନେଇ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ତାଙ୍କ ଫିଲ୍ମ ଠଗ୍ ଲାଇଫକୁ କର୍ଣ୍ଣାଟକରେ ବିରୋଧ କରାଯାଇଥିଲା। ତାମିଲନାଡୁର DMK ସହିତ କମଲ ହାସନଙ୍କ ଦଳ MNM ମେଣ୍ଟ କରିଛି। ୨୦୨୪ ଲୋକସଭା ନିର୍ବାଚନ ବେଳେ ଏହି ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢିଥିଲା। ଡିଏମକେକୁ ସମର୍ଥନ ପ୍ରତିବଦଳରେ କମଲ ହାସନଙ୍କୁ ରାଜ୍ୟସଭା ଟିକେଟ ପ୍ରତିଶ୍ରୁତି ଦିଆଯାଇଥିଲା। ଜୁନ ୧୯ ରେ ହେବ ରାଜ୍ଯସଭା ନିର୍ବାଚନ।

Comments are closed.