Latest Odisha News

BREAKING NEWS

ନିର୍ମାଣ ହେବ ଅତ୍ୟାଧୁନିକ ଆଡଭୋକେଟ୍ ଏକାଡେମୀ, ମିଳିବ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ। ବିଧାନସଭା, ସଂସଦରେ ପ୍ରତିନିଧିତ୍ୱ କରନ୍ତୁ ଆଇନଜୀବୀ। ଆଇନ ସମ୍ପର୍କରେ ଜ୍ଞାନ ଥିବା ବ୍ୟକ୍ତିମାନେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ କରିବା ପାଇଁ ଆଗ୍ରହୀ ହେଉନାହାଁନ୍ତି। ଏବେ ସମୟ ଆସିଛି, ଆଇନଜୀବୀମାନେ ବ୍ୟବସ୍ଥାପିକାରେ ପ୍ରତିନିଧିତ୍ୱ କରନ୍ତୁ। ତାହାହେଲେ ଲୋକାଭିମୁଖୀ ଆଇନ ପ୍ରଣୟନ ଓ ଏହାର କାର୍ଯ୍ୟକାରିତା ସଠିକ୍ ଭାବେ କରାଯାଇପାରିବ। ରାଜ୍ୟସ୍ୱ ମନ୍ତ୍ରୀ ନିଖିଳ ଓଡିଶା ଆଇନଜୀବୀ ସଂଘର ସଦସ୍ୟଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ପାନ୍ଥନିବାସଠାରେ ଶତାଧିକ ବାର ଆସୋସିଏସନରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ୱର୍ଦ୍ଧିତ କରିବା ଅବସରରେ ମନ୍ତ୍ରୀ କହିଥିଲେ ଯେ, ଆଇନଜୀବୀମାନଙ୍କ ପାଇଁ ସରକାର ଅତ୍ୟାଧୁନିକ ଆଡଭୋକେଟ୍ ଏତାଡୋମୀ ଓ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଏହାଛଡା ନିଖିଳ ଓଡିଶା ଆଇନଜୀବୀ ସଂଘ ପାଇଁ ଆଇନଜୀବୀ ଭବନ ନିର୍ମାଣ ପାଇଁ ଜମି ମିଳିବ।

ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ ପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ଆଇନଜୀବୀମାନେ ସାମିଲ ହୋଇ କାର୍ଯ୍ୟ କଲେ ଜନସାଧାରଣଙ୍କ ନିକଟରେ ଆଇନ ପେସାରେ ବିଶ୍ୱାସନୀୟତା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟପଟେ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୧୫ କୋଟିରୁ ୨୫ କୋଟି ଟଙ୍କାକୁ ବଢାଇବା ଆଇନଜୀବୀଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରଣୟନ ଓ କନିଷ୍ଠ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ଯୋଗାଇବାକୁ ନିବେଦନ କରିଥିଲେ ସଂଘର ରାଜ୍ୟ ସଭାପତି ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ।

Comments are closed.