ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ତଥା ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରି ସାରିଛନ୍ତି । ସେ ଏବେ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଦଳର ନେତୃତ୍ୱ ନେବା ତାଙ୍କ ସ୍ୱପ୍ନ ରହିଛି । ତେବେ ତାଙ୍କର ଏହି ସ୍ୱପ୍ନ ସାକାର ହେଲା ଭଳି ଲାଗୁନି । ୨୦୨୩ ବିଶ୍ୱକପରେ ଭାରତ ତାଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତିପାରି ନ ଥିଲା । ରିପୋର୍ଟ ଅନୁସାରେ ବିସିସିଆଇ ରୋହିତଙ୍କ ବଦଳରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ରୋହିତଙ୍କ ବର୍ତମାନ ୩୮ ହୋଇଥିବାରୁ ବିଶ୍ୱକପ ବେଳକୁ ସେ ୪୦ ବର୍ଷରେ ପଂହଚି ସାରିଥିବେ ।
ଶ୍ରେୟାଶ ଆୟାର ଧଳା ବଲ କ୍ରିକେଟରେ ପ୍ରଭାବିତ କରିଥିବାରୁ ରୋହିତଙ୍କ ବଦଳରେ ତାଙ୍କୁ ସୁଯୋଗ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏପରିକି ତାଙ୍କର ନେତୃତ୍ୱ ଦକ୍ଷତା ରୋହିତଙ୍କୁ ଅଡୁଆରେ ପକାଇବ ବୋଲି ଆଶା କରାଯାଉଛି । ଏବେଠାରୁ ଭାରତ ବିଶ୍ୱକପ ପର୍ଯ୍ୟନ୍ତ ୨୭ ଦିିନିକିଆ ମ୍ୟାଚ ଖେଳିବ । ରୋହିତ ଯଦି ଭଲ ପ୍ରଦର୍ଶନ କରିବା ସହ ବିସିସିଆଇ ବିଶ୍ୱାସ ଜିଣି ପାରିବେ ତେବେ ଭିନ୍ନ କଥା ହେବ । ଅନେକ ବରିଷ୍ଠ କ୍ରିକେଟର କିନ୍ତୁ ଏହା ସମ୍ଭବପର ନୁହେଁ ବୋଲି କହିଛନ୍ତି । ଦେଖାଯାଉ ରୋହିତ ଖେଳିବା ଜାରୀ ରଖିବେ ନାଁ ଚୁପପାଚ ଅବସର ନେଇଯିବେ ।
Comments are closed.