Latest Odisha News

BREAKING NEWS

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି ।

ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ ବ୍ୟକ୍ତି ସାମିଲ ରହିଥିବା ନେଇ କିଙ୍ଗପିନ ଜଣକ ଆମକୁ କହିଛି”।

ଗତ ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ ପାତ୍ରକୁ କଟକ ଜିଲ୍ଲା ବାରଙ୍ଗର ଗୋଡିସାହିରୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତମାନେ ଭୟରେ ଯାଇ ଗୋଆ ଲୁଚିଥିବା ନେଇ ଆମେ ସନ୍ଦେହ କରୁଛୁ ।

ଅଭିଯୁକ୍ତ ପାତ୍ରକୁ ଜେରା କରିବା ପାଇଁ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ରିମାଣ୍ଡରେ ନେଇଛି ।

Leave A Reply

Your email address will not be published.