Latest Odisha News

BREAKING NEWS

ମାନଚିତ୍ରରେ ଭାରତର ସୀମାକୁ ଭୁଲ ଦର୍ଶାଇଥିଲା ଇସ୍ରାଏଲ; ବିବାଦ ପରେ କ୍ଷମା ମାଗିଲା  

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ଶୁକ୍ରବାର ଦିନ ଏକ ମାନଚିତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ୍ ବିବାଦ ସୃଷ୍ଟି ହୋଇଥିଲା।

ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା ବେଳେ ଭାରତର ସୀମାକୁ ଭୁଲ ଭାବରେ ଦର୍ଶାଯାଇଥିଲା। ମାନଚିତ୍ରରେ ଜମ୍ମୁ ଏବଂ କାଶ୍ମୀରକୁ ପାକିସ୍ତାନର ଅଂଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବରେ ଦର୍ଶାଯାଇଥିଲା। ଆହୁରି ମଧ୍ୟ ଉତ୍ତର-ପୂର୍ବ ଅଞ୍ଚଳକୁ ନେପାଳ ସହିତ ଯୋଡି ଦିଆଯାଇଥିଲା। ଏହା ସେୟାର ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ୟୁଜର୍ସ ଭୁଲଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ସହ ଖୁବ୍ ଟ୍ରୋଲ କରିଥିଲେ।

ତେବେ ଏହାକୁ ନେଇ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ମଧ୍ୟ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ୟୁଜର୍ସମାନେ ଇସ୍ରାଏଲକୁ ଭାରତର ମାନଚିତ୍ରକୁ ସଂଶୋଧନ କରିବାକୁ ଅନୁରୋଧ କରିଥିବା ବେଳେ କେହି କେହି ଏହି ମାନଚିତ୍ର ଉପରେ ନିଜ ଆପତ୍ତି ପ୍ରକାଶ କରିଛନ୍ତି। ଆଉ କିଛି ଏହାକୁ ସଂଶୋଧନ କରିବାକୁ ମଧ୍ୟ ଦାବି କରିଥିଲେ।

ମାନଚିତ୍ରକୁ ନେଇ ବିବାଦ ବଢ଼ିବା ପରେ ଆଇଡିଏଫ ଜୁନ୍ ୧୩ ରେ ଏକ ପୋଷ୍ଟ ଜାରି କରି ନିଜର ଭୁଲ୍ ମାନିବା ସହ କ୍ଷମା ମାଗିଥିଲେ। ଏହାକୁ ସଂଶୋଧନ କରିବାକୁ କୁହାଯାଇଥିବା ନେଇ ପ୍ରକାଶ କରିଛନ୍ତି ଭାରତରେ ଥିବା ଇସ୍ରାଏଲୀ ରାଷ୍ଟ୍ରଦୂତ।

 

Comments are closed.