Latest Odisha News

BREAKING NEWS

ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଇଲେ ଏହି ଲକ୍ଷଣ ଦେଖାଯାଏ…

ଭୁବନେଶ୍ବର:ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇବା ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଶରୀରରେ ଦେଖାଯାଇଥାଏ । ଯଦି ଆପଣଙ୍କର ମଧ୍ୟ ଅଧିକ ୟୁରିକ୍ ଏସିଡ୍ ସମସ୍ୟା ରହିଛି , ତେବେ ସମୟ ଥାଇ ଏହାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ଆପଣ କିପରି ଜାଣିବେ ଯେ ୟୁରିକ ଏସିଡ୍ ଶରୀରରେ ଅଧିକ ଅଛି? ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ…

ୟୁରିକ ଏସିଡ୍ ବୃଦ୍ଧି ଯୋଗୁଁ ଆପଣଙ୍କ ହାଡ଼ ଏବଂ ମାଂସପେଶୀ ବେଶ୍ ପ୍ରଭାବିତ ହୋଇଥାଏ। ଅଧିକ ୟୁରିକ ଏସିଡ୍ ବଢିବା ଯୋଗୁଁ ଜଏଣ୍ଚରେ ୟୁରିକ ଏସିଡ୍ ସ୍ଫଟିକ ଭାବେ ଜମା ହେବା ଆରମ୍ଭ ହୁଏ। ଏହି କାରଣରୁ ଆପଣଙ୍କ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଏହା ବ୍ୟତୀତ ଆଣ୍ଠୁ ଗଣ୍ଠି ଫୁଲିବା ମଧ୍ୟ ଅଧିକ ୟୁରିକ ଏସିଡ ବଢିବା ଯୋଗୁଁ ହୋଇଥାଏ ।

ବାରମ୍ବାର ପରିସ୍ରା ଯାଉଛନ୍ତି କି ? ଏହି ଲକ୍ଷଣ ମଧ୍ୟ ୟୁରିକ ଏସିଡର ବୃଦ୍ଧି ହେବା ଫଳରେ ଦେଖାଯାଇପାରେ । ଏପରି ଲକ୍ଷଣଗୁଡ଼ିକୁ ଦୀର୍ଘ ସମୟ ଧରି ଅଣଦେଖା କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ୟୁରିକ ଏସିଡର ପରିମାଣ ବୃଦ୍ଧି ପାଇବା ଯୋଗୁଁ,ଶରୀର ଏନର୍ଜି ଲେଭଲ ନକାରାତ୍ମକ ଭାବରେ ପ୍ରଭାବିତ ହୋଇପାରେ। ଯଦି ଆପଣ ସବୁବେଳେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଆପଣ ଏହି ଲକ୍ଷଣକୁ ସାମାନ୍ୟ ଭାବି ଅଣଦେଖା କରିବା ଉଚିତ୍ ନୁହେଁ।

ଶରୀରରେ ୟୁରିକ ଏସିଡ୍ ବଢିକି ଥିଲେ ଚଣା ଡାଲି, ବିରି ଏବଂ ହରଡ, କାବୁଲି ଚଣା, ରାଜମା ଏବଂ ସୋୟାବିନ୍ କୁ ମଧ୍ୟ ଖାଆନ୍ତୁ ନାହିଁ । ଏହି ସମୟରେ ମୁଗ ଡାଲି, ମସୁର ଡାଲି ଖାଇ ପାରିବେ ।

ତେବେ ପ୍ରତ୍ୟେକ ରୋଗର ଚିକିତ୍ସା ପ୍ରକୃତିରେ ଲୁଚି ରହିଛି। ଗିଲୋଏ,ନିମ୍ବ ଏବଂ ପାନ ପତ୍ର ୟୁରିକ୍ ଏସିଡ୍ ହ୍ରାସ କରେ।

ଗିଲୋଏ ପତ୍ର -ଗିଲୋଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏବଂ ଶରୀରରୁ ବିଷାକ୍ତ ଉପାଦାନ ବାହାର କରିବାରେ ସହାୟକ ହୋଇଥାଏ। ଗିଲୋଏ ପତ୍ରକୁ ଫୁଟାଇ ଏହାର କାଢା ପିଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୁଏ ଏବଂ ଜଏଣ୍ଟରେ ଜମା ହୋଇଥିବା ସ୍ଫଟିକଗୁଡ଼ିକ ଧୀରେ ଧୀରେ ଦ୍ରବୀଭୂତ ହେବା ଆରମ୍ଭ କରେ। ଏହା ରକ୍ତକୁ ପରିଷ୍କାର କରେ ଏବଂ ପ୍ରଦାହକୁ ହ୍ରାସ କରେ, ଯାହା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ।

ନିମ ପତ୍ର – ନିମରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ନିମ ପତ୍ର ରସ କିମ୍ବା ପାଉଡର ୟୁରିକ ଏସିଡ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ପାନ ପତ୍ର – ପାନ ପତ୍ରରେ ଥିବା ଫାଇଟୋନ୍ୟୁଟ୍ରିଏଣ୍ଟ ଏବଂ ଆଣ୍ଟିଅକ୍ସିଡାଣ୍ଟ ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟାକୁ ଉନ୍ନତ କରିଥାଏ। ସକାଳେ ଖାଲି ପେଟରେ ପାନ ପତ୍ର ପାଣି ପିଇବା ଦ୍ୱାରା ଧୀରେ ଧୀରେ ୟୁରିକ ଏସିଡ୍ ସ୍ୱାଭାବିକ ସ୍ତରକୁ ଆସିଥାଏ।

Comments are closed.