ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ଯୁଦ୍ଧକୁ ଆଖି ଆଗରେ ରଖି ସେଠାରେ ଫସିରହିଥିବା ଭାରତୀୟ ଛାତ୍ରମାନଙ୍କୁ କିପରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ ସେ ନେଇ ଭାରତ ସରକାର ଇରାନକୁ ଅନୁରୋଧ କରିଥିଲେ।
ଯାହା ପରେ ସରକାର ନାଗରିକ ମାନଙ୍କପାଇଁ ଲ୍ୟାଣ୍ଡ ବୋର୍ଡର ଖୋଲା ରଖିଥିବା ନେଇ ପ୍ରକାଶ କରିଛନ୍ତି। ତେବେ ହଜାର ହଜାର ଭାରତୀୟ ଇରାନର ବିଭିନ୍ନ ସହରରେ ଫସି ରହିଛନ୍ତି। ସେମାନେ ତେହେରାନ ଏବଂ ଜେରୁଜେଲମରେ ଯୁଦ୍ଧ ବନ୍ଦ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି, ଯାହା ଫଳରେ ଭାରତ ସରକାର ସେମାନଙ୍କୁ ବିମାନ ମାଧ୍ୟମରେ ସ୍ଥାନାନ୍ତର କରିପାରିବେ। ତେବେ ଗତ ରବିବାର ଦିନ ଇରାନ ସହରରେ ଫସି ରହିଥିବା ଲୋକମାନଙ୍କୁ ଭୟଭୀତ ନ ହୋଇ ସତର୍କତା ର ସହ ରହିବାକୁ ତେହେରାନ ସ୍ଥିତ ଭାରତୀୟ ଦୂତାବାସ କହିଛନ୍ତି। ବର୍ତ୍ତମାନ୍ ପରିସ୍ଥିତି କୁ ଆଖି ଆଗରେ ରଖି ତେହେରାନରେ ଥିବା ଭାରତୀୟ ଦୂତାବାସ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଯୋଗାଯୋଗ ଜାରି ରଖିଛନ୍ତି।
ରବିବାର ଇରାନରେ କାଶ୍ମୀର ଛାତ୍ର ରହୁଥିବା ଏକ ହଷ୍ଟେଲ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣ କରିଥିଲା। ଯାହାଫଳରେ ସେଠାରେ ଅନେକ ଲୋକ ଆହତ ହୋଇଥିଲେ। ଏହାକୁ ନେଇ ସର୍ବଦଳୀୟ ହୁରିୟତ କନଫରେନ୍ସର ଅଧ୍ୟକ୍ଷ ମୀରୱାଇଜ୍ ଉମର ଫାରୁକ୍ ନିଜର ସୋସିଆଲ ମିଡ଼ିଆ ସାଇଟ ଏକ୍ସ ରେ ଚିନ୍ତା ପ୍ରକାଶ କରି କହିଥିଲେ ପ୍ରାୟ ୧୩୦୦ରୁ ଅଧିକ କାଶ୍ମୀର ଛାତ୍ର ଇରାନରେ ଶିକ୍ଷା ଗ୍ରହଣ କରୁଛନ୍ତି କିନ୍ତୁ ସେମାନେ ବର୍ତ୍ତମାନ୍ ନିଜ ଜୀବନ କୁ ନେଇ ଭୟଭୀତ। ଏପରିକି ସେମାନଙ୍କ ପିତା ମାତା ମଧ୍ୟ ଚିନ୍ତାରେ ରହିଛନ୍ତି।
Comments are closed.