Latest Odisha News

BREAKING NEWS

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଜୁନ୍ ୨୦ ତାରିଖରୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି ।

ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ଯେମିତି ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ ଖାଦ୍ୟ ମିଳିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।

ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିଷ୍କାର କରିବା ସହ ମାନ ପରୀକ୍ଷଣ ପାଇଁ ରେଜିଷ୍ଟର ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । କାରଣ ସ୍କୁଲରେ ପିଲାଙ୍କ ମିଡ୍‌ ଡେ ମିଲକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । କେଉଁଠି ପାଣିଆ ଡାଲି ଦିଆଯିବା ନେଇ ଅଭିଯୋଗ ଆସେ ତ ଆଉ କେଉଁଠି ପୋକରା ଚାଉଳରେ ଭାତ ଦିଆଯାଉଥିବା ଅଭିଯୋଗ । ଏହାକୁ ରୋକିବା ପାଇଁ ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛି ।

ବିଶେଷ କରି ମଧ୍ୟାହ୍ନ ଭୋଜନ ମାନ ପରଖିବେ ଅଭିଭାବକ । ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନଶିକ୍ଷକ ଓ ଏସଏମସିଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ରୋଷେଇ ସାମଗ୍ରୀ ଯାଞ୍ଚ କରାଇବେ । ଡିଇଓ, ବିଇଓ, ସିଆସିସି ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ କରିବେ ବୈଠକ । ସ୍କୁଲ୍‌ରେ ରହିବ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଭିଭାବକ ।

 

Comments are closed.