Latest Odisha News

BREAKING NEWS

ଉନ୍ମୋଚନ ହେଲା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି, ବିଜୟୀ ଦଳକୁ ମିିଳିବ ପଟୌଦ୍ଦି ପଦକ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଭାବେ ନାମିତ ହେବ । ପୂର୍ବରୁ ଏହି ସିରିଜର ନାମ ପଟୌଦ୍ଦି ଟ୍ରଫି ପାଇଁ ଖେଳା ଯାଉଥିଲା । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ତେନ୍ଦୁଲକର ଓ ଆଣ୍ଡରସନଙ୍କ ଉପସ୍ଥିତିରେ ଏହି ଟ୍ରଫି ଉନ୍ମୋଚନ କରିଥିଲେ । ସିରିଜର ବିଜେତା ଦଳର ଅଧିନାୟକଙ୍କୁ ପଟୌଦ୍ଦି ପଦକ ପ୍ରଦାନ କରାଯିବ । ଟ୍ରଫି ଉନ୍ମୋଚନ ବେଳେ ଏହା ମୋ ପରିବାର ପାଇଁ ଗର୍ବର କ୍ଷଣ ବୋଲି ଆଣ୍ଡରସନ କହିଥିଲେ । ଟେଷ୍ଟ କ୍ରିକେଟକୁ ମୁଁ ବେଶୀ ଭଲ ପାଏ । ଏକ ପ୍ରତିଷ୍ଠିତ ସିରିଜ ନିଜ ନାମରେ ନାମିତ ହେବା ନିଶ୍ଚିତ ଭାବେ ସମ୍ମାନର କ୍ଷଣ ବୋଲି ସଚିନ କହିଛନ୍ତି ।

ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ରୁ ବର୍ମିଂହାମରେ, ତୃତୀୟ ଟେଷ୍ଟ ୧୦ ଜୁଲାଇରେ ଲର୍ଡସରେ, ୪ର୍ଥ ଟେଷ୍ଟ ମାଂଚେଷ୍ଟରcରେ ୨୩ ଜୁଲାଇରୁ ଏବଂ ୩୧ ଜୁଲାଇରେ ଅନ୍ତିମ ଟେଷ୍ଟ ଓଭାଲରେ ଖେଳାଯିବ । ପଟୌଦ୍ଦି ଟ୍ରଫିକୁ ଅବସର ନେବା ନିଷ୍ପତିକୁ ଭାରତର ଅନେକ ମହାନ ଖେଳାଳି ପସନ୍ଦ କରି ନ ଥିଲେ । ଏବେ ଏହାର ବିଜେତାଙ୍କୁ ପଦକ ପ୍ରଦାନ କରାଯିବା ସେମାନେ ଗ୍ରହଣ କରିଛନ୍ତି ।

Comments are closed.