Latest Odisha News

BREAKING NEWS

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି।

ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯାଇଛନ୍ତି ରାଜ୍ୟସ୍ତରୀୟ ଟିମ୍। ଦୂଷିତ ପାନୀୟଜଳ ଯୋଗୁ ଡାଇରିଆ ବ୍ୟାପୁଥିବା ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛି ଟିମ।

ଏପଟେ ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସମୀକ୍ଷା ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ରୋଗୀଙ୍କ ସଂଖ୍ୟା କମୁଛି। ସରକାର ସକ୍ରିୟ ଭାବେ କାମ କରୁଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି। ପିଇବାକୁ ପାଣି ଯୋଗ୍ୟ ନ ହେଲେ ନଳକୂପ ଅଚଳ କରାଯାଉଛି।

ସେହିପରି ଦୋକାନ ଗୁଡିକରେ ଚଢ଼ାଉ କରାଯାଉଛି। ବିଭାଗ ପକ୍ଷରୁ ବାସି ଖାଦ୍ୟ ବିକ୍ରି ହେଉଥିବା ଦୋକାନରୁ ଫାଇନ୍ ମଧ୍ୟ ଆଦାୟ ହେଉଛି।

Comments are closed.