Latest Odisha News

BREAKING NEWS

ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି । ସୂଚନାଥାଉକି, ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ବ୍ୟାନ୍ ଲାଗିଥିଲା ।

ଯାତ୍ରା ହାସ୍ୟ ଅଭିନେତା ଦୟା ମଧ୍ୟରାତ୍ରିରେ ଅପେରା ମାଷ୍ଟର ସଂଘ ସଭାପତି ବିଜୟ ଦାସଙ୍କ ଭଦ୍ରକ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି । ଏଥିସହ ସେ କହିଛନ୍ତି ଯେବେ କମିଟି ବସିବ ସେଠାକୁ ଯାଇ ନିଜ ପକ୍ଷ ରଖି ଭୁଲ ମାଗିବି ।

ମିଡିଆରେ ଦୟାନିଧି ଅଭିଯୋଗ କରିଥିଲେ, ହାସ୍ୟ ଅଭିନେତାଙ୍କ ପାଇଁ ଆଗଭଳି ଆଉ ସଂଳାପ ଲେଖାଯାଉନି । ଫଳରେ ଦୃଶ୍ୟପଟ୍ଟ ରସାତ୍ମକ ହୋଇପାରୁନି । ଏଭଳି ମନ୍ତବ୍ୟ ପରେ ଖପ୍ପା ହୋଇ ଦୟାନିଧିଙ୍କ ବିରୋଧରେ କଟକଣା ଜାରି କରିଥିଲା ମାଷ୍ଟର ଆସୋସିଏସନ୍ ।

ଅନ୍ୟପଟେ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ନାଁରେ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତା କାହ୍ନା । ସେ କହିଛନ୍ତି, ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ମୋତେ ମାରି ଦେଇଥାନ୍ତେ । ଷଡ଼ଯନ୍ତ୍ର କରି ଯାତ୍ରାପାର୍ଟିକୁ ଭାଙ୍ଗିବାକୁ ସେ ଉଦ୍ୟମ କରୁଛନ୍ତି ।

 

Comments are closed.