ନୂଆଦିଲ୍ଲୀ: ରବିବାର ସକାଳେ ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ବଢ଼ୁଥିବା ଉତ୍ତେଜନା ଉପରେ ଚିନ୍ତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି , ଉତ୍ତେଜନାକୁ ତୁରନ୍ତ ହ୍ରାସ କରିବା ପାଇଁ ପ୍ରୟାସ କରାଯିବା ଉଚିତ। ସେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ସମସ୍ୟାର ସମାଧାନ ଖୋଜିବା ବିଷୟରେ ମଧ୍ୟ କହିଥିଲେ।
ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇରାନ ରାଷ୍ଟ୍ରପତି ପ୍ରାୟ ୪୫ମିନିଟ୍ ଧରି ଆଲୋଚନା କରିଥିଲେ। ଇରାନ ରାଷ୍ଟ୍ରପତି ଭାରତକୁ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରୁଥିବା ଏକ ବନ୍ଧୁ ଏବଂ ଅଂଶୀଦାର କହିଛି । ସେ ଭାରତର ମତ ଏବଂ ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ପେଜେଶକିୟାନ କହିଛନ୍ତି ଯେ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପନରେ ଭାରତର ସ୍ୱର ଏବଂ ଭୂମିକା ଗୁରୁତ୍ୱପୂର୍ଣ୍ଣ।
Spoke with President of Iran @drpezeshkian. We discussed in detail about the current situation. Expressed deep concern at the recent escalations. Reiterated our call for immediate de-escalation, dialogue and diplomacy as the way forward and for early restoration of regional…
— Narendra Modi (@narendramodi) June 22, 2025
ଆଜିକୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ୧୦ମ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁଁ ଉଭୟ ଦେଶ ବହୁତ କ୍ଷତି ସହୁଛନ୍ତି। ଇସ୍ରାଏଲର ଅଭିଯାନରେ ଯୋଗ ଦେଇ ଆମେରିକା ରବିବାର ଦିନ ଇରାନ ଉପରେ ଆକ୍ରମଣ କରିଥିଲା। ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ସମ୍ପୂର୍ଣ୍ଣ ଧ୍ବଂସ ହେଇଯାଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କରିଛି ଆମେରିକା ।
Comments are closed.