Latest Odisha News

BREAKING NEWS

ବଗିରୁ ବଗି ଅଲଗା ହେଲା ହୀରାଖଣ୍ଡ ଟ୍ରେନ

କୋରାପୁଟ:ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଛି। ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ ଅଘଟଣର ଶିକାର ହୋଇଛି। ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଥିଲା ଟ୍ରେନ୍ । ଆଜି ଅପରାହ୍ଣ ପ୍ରାୟ ୫ଟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଥିଲା ।ବଗିର ଜଏଣ୍ଟ ଛିଣ୍ଡି ଯିବାରୁ ଏହି ଟ୍ରେନ୍‌ଟି ଅଧା ବାଟରେ ଅଟକିଥିଲା ।

ତେବେ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ମରାମତି ଟିମ୍ ଓ ରେଲୱେ କର୍ମଚାରୀ ଅଲଗା ହୋଇଥିବା ବଗି ଯୋଡିଥିଲେ ।

ସୂଚନାଥାଉକି,ଇଂଜିନ ପାର୍ଶ୍ବରେ ଥିବା କିଛି ବଗି ଘଟଣାସ୍ଥଳରୁ ବହୁ ଆଗକୁ ପଳାଇଥିଲା। ବାକି ବଗି ସୁବୁ ପଛପଟରେ ରହି ଯାଇଥିଲା। ଟ୍ରେନ୍‌ର କିଛି ବଗି ସହିତ ଇଂଜିନ ଆଗକୁ ପଳାଇ ଯିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ।

 

Comments are closed.