Latest Odisha News

BREAKING NEWS

ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ,ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଜଣେ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ୪ଟି ଦମକଳ ବାହିନୀ ବହୁ ଉଦ୍ୟମ କରି ନିଆ ଓ ଧୂଆଁ କୁ ଆୟତ୍ତ କରିଥିଲେ। ।

କଳ୍ପନା ଛକ ନିକଟରେ ଥିବା ତାରିଣୀ ବସ୍ତ୍ରାଳୟର ପଛ ପଟ ଗଳିରେ ଏକ ୫ ମହଲା ବିଶିଷ୍ଟ ଗୋଦାମ ଘର ଅଛି । ଗତକାଲି ରାତିରେ ଗୋଦାମ ଘରେ ଧୂଆଁ ସହ ନିଆଁ ଦେଖାଯିବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ତେବେ ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର‌୍ୟାକ ଜଣେ କର୍ମଚାରୀଙ୍କ ଉପରେ ପଡ଼ିଯାଇଥିଲା । ସେ ର‌୍ୟାକ୍‌ ତଳେ ଚାପି ହୋଇଯାଇଥିଲେ । ଏପଟେ ଖବରପାଇ  ଅଗ୍ନିଶମ କେନ୍ଦ୍ରରୁ ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀ ଭିତରକୁ ପଶି ପ୍ରଥମେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ ।

 

Comments are closed.