ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଉଭୟ ଇନିଂସରେ ଶତକ ହାସଲ କରି କୀର୍ତିମାନ ସ୍ଥ୍ାପନ କରିଛନ୍ତି । ଅବଶ୍ୟ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଦଳ ଏବେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ହୋଇଛି । ପନ୍ତ ଶତକ ହାସଲ କରିବା ପଡିଆରେ ଜିମ୍ନାଷ୍ଟିକ୍ସ ଶୈଳୀରେ ଖୁସି ମନାଇଥାନ୍ତି । ଦ୍ୱିତୀୟ ଇନିଂସରେ ସେ ଶତକ ହାସଲ କରିବା ପରେ ଏହି ଭଳି ଖୁସି ମନାଇ ନ ଥିଲେ । ଏପରିକି ସୁନୀଲ ଗାଭାସ୍କର ତାଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ସେ ମନା କରି ଦେଇଥିଲେ ।
ରିପୋର୍ଟ ମୁତାବକ ପନ୍ତଙ୍କୁ ଏ ଭଳି ଖୁସି ମନାଇବା ଉପରେ କୋଚ ଗୌତମ ଗମ୍ଭୀର କଟକଣା ଲଗାଇଛନ୍ତି । ପନ୍ତ ଆଘାତପ୍ରାପ୍ତ ହେବା ଆଶଙ୍କା ଥିବାରୁ ଏ ଭଳି ରିସ୍କ ନେବା ଆବଶ୍ୟକ ନାହିଁ ବୋଲି ପନ୍ତ କହିଛନ୍ତି । ସିରିଜର ଆଗାମୀ ମ୍ୟାଚଗୁଡିକରେ ପନ୍ତଙ୍କ ବ୍ୟାଟିଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ୱିକେଟକିପର ଭାବେ ପନ୍ତ ଭାରତ ପକ୍ଷରୁ ସର୍ବାଧିକ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଆଗକୁ ତାଙ୍କର ଲମ୍ବା କ୍ୟାରିୟର ପଡିଥିବାରୁ ଆହୁରି ଅନେକ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି ।
Comments are closed.